'ରାଇନାଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିଅର ଶେଷ ହୋଇଯାଇଛି, ଦଳରେ ଆଉ ସ୍ଥାନ ନାହିଁ', ଏମିତି କାହିଁକି କହିଲେ ଅଷ୍ଟ୍ରେଲିଆର ଏହି ମହାନ ବୋଲର

Published By : Prameya-News7 Bureau | July 28, 2020 IST

ନୂଆଦିଲ୍ଲୀ, ୨୮|୦୭: ବିଶ୍ୱର ଜଣେ ଚମତ୍କାର ଫିଲ୍ଡର୍ ଭାବେ ଜଣାଶୁଣା ସୁରେଶ ରାଇନା ଗତ କିଛି ବର୍ଷ ଧରି ଭାରତୀୟ ଦଳରୁ ବାହାରେ ରହିଛନ୍ତି । ତେବେ ସେ ଦଳକୁ ଫେରିବା ନେଇ ଆଶା ଏଯାଏଁ ଛାଡି ନାହାଁନ୍ତି । ସେ ଦଳକୁ ଫେରିବା ନେଇ ନିୟମିତ ଭାବେ ଚେଷ୍ଟା ଚଳାଇଛନ୍ତି । ତେବେ ଅଷ୍ଟ୍ରେଲିଆର ମହାନ ବୋଲର ବ୍ରାଡ୍ ହଗ୍‌ଙ୍କୁ ରାଇନା ଆଉ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିପାରିବେ ବୋଲି ଲାଗୁନାହିଁ । ରାଇନାଙ୍କ କ୍ୟାରିଅର ଶେଷ ହୋଇଯାଇଥିବା  ସେ କହିଛନ୍ତି ।

ହଗ୍ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି ଯେ, ଭାରତୀୟ ଦଳରେ ରାଇନାଙ୍କର ଆଉ କୌଣସି ଭୂମିକା ନାହିଁ । ସେ ୪ ନମ୍ବରରେ ବ୍ୟାଟିଂ କରିପାରିବେ । କିନ୍ତୁ ଏହି କ୍ରମରେ ଶ୍ରେୟାସ ଆୟାର ଭଲ ପ୍ରଦର୍ଶନ କରୁଛନ୍ତି। ରାଇନା ନିମ୍ନକ୍ରମରେ ବ୍ୟାଟିଂ କରିପାରିବେ ନାହିଁ । ସେ ଏପରି ବ୍ୟାଟସମ୍ୟାନ୍ ଯିଏ ୩ ଓ ୪ ନମ୍ବରରେ ବ୍ୟାଟିଂ କରିବା ପସନ୍ଦ କରନ୍ତି । ଏପରି ଭାବେ ତାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଏକପ୍ରକାର ଅସମ୍ଭବ ।

{"id":306657,"width":636,"height":397,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଯଦି ଶିଖର ଧାଓ୍ୱନ ଦଲରୁ ବାଦ୍ ପଡନ୍ତି ତେବେ ରାଇନାଙ୍କୁ ସୁଯୋଗ ମିଳିପାରେ । ଏପରି ହେଲେ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ । ରାଇନା ଟି୨୦ରେ ଖେଳିପାରିବେ ବୋଲି ସେ କହିଛନ୍ତି ।

ରାଇନା ଶେଷ ଥର ପାଇଁ ୨୦୧୮ରେ ଦଳ ପାଇଁ ଶେଷ ଦିନିକିଆ ଓ ଟି୨୦ ଖେଳିଥିଲେ । କିନ୍ତୁ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ଦଳରୁ ବାଦ୍ କରାଯାଇଥିଲା । ଏବେ ରାଇନା କେବଳ ଆଇପିଏଲ ଖେଳୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.