ଦାଦନ ଖଟିବାକୁ ଯାଇ ଆଉ ଫେରିଲେନି, ବିଶାଖାପାଟଣାରେ ଆଖିବୁଜିଲେ ସୁରେଶ

Published By : Prameya-News7 Bureau | June 15, 2022 IST

ତେଲକୋଇ ୧୫।୦୬ : ଦାଦନ ଖଟିବାକୁ ଆନ୍ଧ୍ର ଯାଇଥିଲେ, ହେଲେ ଆଉ ଫେରିଲେନି ସୁରେଶ ଗାଗରାଇ । କୌଣସି କାରଣରୁ ତାଙ୍କର ବିଶାଖାପାଟଣାରେ ମୃତ୍ୟୁ ହୋଇଯାଇଛି । ସୁରେଶଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଖବର ଅନୁଯାୟୀ, ସୁରେଶ ଦାଦନ ଖଟିବାକୁ ଆନ୍ଧ୍ରକୁ ଯାଇଥିଲେ । ରଜ ପର୍ବ ଅବସରରେ ଘରକୁ ଫେରିବା ପାଇଁ କହିଥିଲେ ସୁରେଶ । ହେଲେ କୌଣସି କାରଣରୁ ସୁରେଶଙ୍କର ବିଶାଖାପାଟଣାରେ ମୃତ୍ୟୁ ହୋଇଯାଇଛି । ଏପିରିକି ତାଙ୍କ ମୁହଁରେ ଗଭୀର କ୍ଷତ ଚିହ୍ନ ରହିଛି । ତେଣୁ ସୁରେଶଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେପଟେ ବାପାଙ୍କ ଫେରିବା ବାଟକୁ ଚାହିଁଛନ୍ତି ତିନି ଛୋଟପିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.