ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | December 25, 2020 IST

ଭୁବନେଶ୍ବର୨୫/୧୨: ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ। ଅସିତ୍ ତ୍ରିପାଠୀଙ୍କ ପରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର।  ୨୦୨୨ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଛି। ପୂର୍ବରୁ ସେ ଉନ୍ନୟନ  କମିଶନର ଦାୟିତ୍ବରେ ଥିଲେ। ୧୯୮୬ ମସିହାର ଆଇଏଏସ୍ ଅଧିକାରୀ ହେଉଛନ୍ତି ସୁରେଶ ମହାପାତ୍ର। ପ୍ରଦୀପ କୁମାର ଜେନା ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ହେଲେ ଅସିତ ତ୍ରିପାଠୀ। ଆଞ୍ଚଳିକ ପରିଷଦ, ପର୍ଯ୍ୟଟନ,ଶିଳ୍ପ, କୃଷି ସମେତ କିଛି ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ ରହିବେ ଅସିତ୍ ତ୍ରିପାଠୀ।

୨୦୧୯ ମସିହା ଅଗଷ୍ଟ ୧୯ ତାରିଖରେ ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।କରୋନା କାଳରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ନିଜର କାର୍ଯ୍ୟକୁ ବେଶ ସୂଚାରୁରୂପେ ସମ୍ପାଦନ କରିଥିଲେ। ଖାଲି କରୋନା ନୁହେଁ ବିଭିନ୍ନ ସମୟରେ ଲୋକହିତ କାର୍ଯ୍ୟ କରି ଅସିତ୍ ତ୍ରିପାଠୀ ବେଶ ଚର୍ଚ୍ଚା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.