ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଲା ୬୬ଟି ବସ୍
1/05/2020 at 8:50 AM

ଭୁବନେଶ୍ୱର ୦୧।୦୫ : ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଲା ୬୬ଟି ବସ୍ । ଏଥିରେ ପ୍ରାୟ ୪ହଜାର ପ୍ରବାସୀ ଓଡିଶା ଫେରୁଛନ୍ତି । ସୁରତ ଜିଲ୍ଲାପାଳଙ୍କ ଅଫିସରେ ୭୦ଟି ବସ୍ ର ପରମିଟ୍ ପାଇଁ ଆବେଦନ କରିଥିଲେ ଓଡ଼ିଆମାନେ । ସୁରତ ଜିଲ୍ଲା ପ୍ରଶାସନ ସବୁ ବସ୍ କୁ ସାନିଟାଇଜ୍ କରିବା ପରେ ଓଡ଼ିଶା ଅଭିମୁଖେ ଛାଡ଼ିଛି । ସୁରତ ସହରର ବିରଭଞ୍ଜନ ସୋସାଇଟି ଓ ବମ୍ରୋଲିରୁ ୧୨ ଟି ବସ୍ ବାହାରିଥିବା ବେଳେ, କୋଡ଼ଦ୍ରାରୁ ୨ ଟି ବସ୍ ଏବଂ ଓଡ଼ିଆ ବହୁଳ ଡାଇମଣ୍ଡ ନଗରରୁ ୫୦ ଟି ବସ୍ ବାହାରିଛି ।
ସେହିପରି କିଛିଦିନ ତଳେ କିଛି ପ୍ରବାସୀ ଓଡିଆ ବସ୍ ଯୋଗେ ସୁରତରୁ ଗଞ୍ଜାମ ଫେରିଥିଲେ । ସମସ୍ତ ଗଞ୍ଜାମରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଏବଂ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁସାରେ ସେମାନଙ୍କୁ ରଖାଯାଇଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ୟୁକ୍ରେନର ଏହି ଗ୍ରାମକୁ ନିଜର ବୋଲି ଦାବି କଲା ଋଷ, ଉଗ୍ର ହୋଇପାରେ ସଂଘର୍ଷ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023
ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31 January 2023