ସୁରତରୁ ନୟାଗଡକୁ ଫେରିଲେ ୪୬ ପ୍ରବାସୀ ଓଡିଆ

Published By : Prameya-News7 Bureau | May 01, 2020 IST

ନୟାଗଡ଼ ୦୧।୦୫: ସୁରତରୁ ନୟାଗଡକୁ ଫେରିଲେ ୪୬ ପ୍ରବାସୀ ଓଡିଆ । ମଙ୍ଗଳବାର ରାତିରେ ସେମାନେ ସୁରତରୁ ବାହାରିଥିବା ବେଳେ ଗୁରୁବାର ମଧ୍ୟ ରାତ୍ରୀରେ ନୟାଗଡରେ ପହଞ୍ଚିଛନ୍ତି । ଜିଲ୍ଲାର ଓଡଗାଁ ଥାନା ସାକେରୀ ଗାଁରେ ପୂର୍ବରୁ ପ୍ରସ୍ତୁତ ଥିବା କ୍ବାରେଣ୍ଟାଇନରେ ସେମାନଙ୍କୁ ରଖାଯାଇଛି । ଫେରିଥିବା ଲୋକମାନଙ୍କ ମଧ୍ୟରେ ୩୪ଜଣ ପୁରୁଷ ରହିଥିବା ବେଳେ ୯ଜଣ ମହିଳା ଏବଂ ୩ଜଣ ଛୋଟ ପିଲା ରହିଛନ୍ତି । ଏମାନଙ୍କ ମଧ୍ୟରେ ଓଡଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁର ଲୋକ ରହିଛନ୍ତି ।

{"id":262893,"sizeSlug":"large"}

ସେହିପରି  ରଣପୁର ବ୍ଲକ୍ ଏବଂ ଗଞ୍ଜାମ ଜିଲ୍ଲାର ଜଣେ ଲେଖାଏଁ ରହିଥିବା ଜଣାପଡିଛି । ଏହି ଲୋକମାନେ ଆସୁଥିବା ନେଇ ସୁରତ ପ୍ରଶାସନଠାରୁ ଖବର ପାଇବାପରେ ନୟାଗଡ ଜିଲ୍ଲା ପ୍ରଶାସନ ସାକେରୀର ରାହାସ ବିଦ୍ୟାପୀଠରେ ୪୫ ଶଯ୍ୟା ବିଶିଷ୍ଟ କ୍ବାରେଣ୍ଟାଇନ୍ ସେଣ୍ଟର୍ ପ୍ରସ୍ତୁତ କରିଥିଲେ । ସମସ୍ତଙ୍କୁ ଏବେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.