ସୁରଟ ଫେରନ୍ତା କ୍ଵାରାଣ୍ଟାଇନରେ ରହିଲେ : କୋଟାରୁ ଆସୁଛନ୍ତି ଛାତ୍ରଛାତ୍ରୀ, ତାମିଲନାଡୁରେ ଅଟକିଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

Published By : Prameya-News7 Bureau | April 30, 2020 IST

ଭୁବନେଶ୍ୱର ୩୦/୦୪ : ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବା ଚିନ୍ତା । ପ୍ରଥମେ ଗୁଜରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ସୁରଟ ପରେ  ଆଜି କୋଟାରୁ ବସରେ ଘର ବାହୁଡ଼ା ହୋଇଛନ୍ତି ଛାତ୍ରଛାତ୍ରୀ ।…

ତାମିଲନାଡୁରେ ଫଶିଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କସରତ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ବାମୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନ୍ସିଂ ଯୋଗେ ସାମିଲ ହୋଇଥିଲେ । ଓଡ଼ିଶା ଯେଉଁ ଲୋକମାନେ ତାମିଲନାଡୁରେ ରହିଯାଇଛନ୍ତି ସେମାନେ ଓଡ଼ିଶା ଫେରିବା ପର୍ଯ୍ୟନ୍ତ ସେମାନଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ତିନି ନେତା ଆଲୋଚନା କରିଛନ୍ତି । ଏହାସହ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ବସ୍ ବ୍ୟବସ୍ଥାରେ ଯେଭଳି ଅସୁବିଧା ନହୁଏ ସେନେଇ ମଧ୍ୟ ଆଲୋଚନା ହୋଇଛି । …

ସେପଟେ ସୁରଟରୁ ନିଜ ଆୟୋଜନରେ ଓଡ଼ିଶା ଫେରୁଥିବା ଓଡ଼ିଆ ରାଜ୍ୟରେ ପହଞ୍ଚିଲେଣି । ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ସରକାରଙ୍କ ପକ୍ଷରୁ କରାଯାଇଥିବା କ୍ବାରାଣ୍ଟାଇନ ୱାର୍ଡରେ ରଖାଯାଇଛି । କ୍ବାରାଣ୍ଟାଇନ କେନ୍ଦ୍ରରେ ରହିବା ପାଇଁ ଯେଉଁ ନିୟମ ସରକାର କରିଛନ୍ତି ସେହି ଅନୁଯାୟୀ ସୁରଟ ଫେରନ୍ତାଙ୍କ ବ୍ୟବସ୍ଥା ହୋଇଛି ।

ସେହିଭଳି ରାଜସ୍ଥାନର କୋଟାରେ ଫଶି ରହିଥିବା ଛାତ୍ରଛାତ୍ରୀ ମଧ୍ୟ ଓଡ଼ିଶା ଆସିବା ଆରମ୍ଭ କଲେଣି । କୋଟାରେ ମେଡିକାଲ ଓ ଇଂଜିନିୟରିଂ କୋଚିଂ ପାଇଁ ଯାଇଥିବା ଛାତ୍ରଛାତ୍ରୀମାନେ ନିଜ ଖର୍ଚ୍ଚରେ ଫେରୁଛନ୍ତି । ଆଜି ୧୨୦ ଛାତ୍ରଛାତ୍ରୀ ବସ୍‌ରେ ରାଉରକେଲା ଅଭିମୁଖେ ବାହାରିଛନ୍ତି । ଏହି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଓଡ଼ିଶା ଫେରିବା ନେଇ ସହଯୋଗ କରିବାକୁ ସରକାରଙ୍କୁ ଅପିଲ କରିଥିଲେ ।…

ଆଗକୁ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିବେ ଫଶିଥିବା ଓଡ଼ିଆ । ଯେହେତୁ ୫ ଲକ୍ଷ ଓଡ଼ିଆ ରାଜ୍ୟକୁ ଫେରିବା ନେଇ ସେମାନଙ୍କ ନା ପଞ୍ଜିକରଣ କରିସାରିଲେଣି, ସେଥିପାଇଁ ସେମାନେ କିଭଳି ସୁବିଧାରେ ଓଡ଼ିଶା ଆସିବେ ସେନେଇ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.