ଜଣେ ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ସୁରଟ ଫେରନ୍ତା ବସ

Published By : Prameya-News7 Bureau | May 04, 2020 IST

ବୌଦ୍ଧ୪/୫: ବାଇକ ଉପରେ ଚଢ଼ିଲା ସୁରଟ ଫେରନ୍ତା ବସ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଯାଉଥିବା ଏକ ବସ ସୋମବାର ଅପରାହ୍ନରେ ବାଉଁଶୁଣୀ ଛକ ନିକଟରେ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।

{"id":264680,"sizeSlug":"large"}

ମୃତକ ଜଣକ ଡୁମୁରୀପାଲି ଗ୍ରାମର କ୍ଷେତ୍ର ଦେହୁରୀ ବୋଲି ଜଣାପଡିଛି। ବାଇକରେ ଗ୍ୟାସ୍ ସିଲିଣ୍ଡର ଧରି ଡୁମୁରୀପାଲି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବାଉଁଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.