ଟାର୍ଗେଟରେ ଆତଙ୍କବାଦୀ : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ LeT ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ ଜୋରଦାର

Published By : Prameya-News7 Bureau | February 22, 2020 IST

ଶ୍ରୀନଗର ୨୨।୦୨: ସେନା ଓ ପୋଲିସ ଗୁଳିରେ ଟଳିଲେ ଆତଙ୍କବାଦୀ । ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲା ବିଜବେହରା ଅଞ୍ଚଳରେ ରାତିରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀ ଲସ୍କର-ଏ-ତୋଇବା (LeT)ର ବୋଲି ଜଣାପଡିଛି । ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର୍ କରାଯାଇଛି ।

wp:core-embed/twitter {"url":"https://twitter.com/ANI/status/1230984192344739840","type":"rich","providerNameSlug":"twitter","className":""}
https://twitter.com/ANI/status/1230984192344739840
/wp:core-embed/twitter

ସୂଚନାସୁାରେ , ଶୁକ୍ରବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହରାର ଗୁଣ୍ଡବାବା ସଂଗମରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ରାଜ୍ୟ ପୋଲିସ ଓ ସେନାକୁ ସୂଚନା ମିଳିଥିଲା । ଉଭୟ ସେନା ଓ ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ସ୍ଥାନୀୟ ଅଞ୍ଚଳକୁ ପୂରା ଘେରିଯାଇଥିଲେ । କିନ୍ତୁ ହଠାତ୍‌ ସେନା ଓ ପୋଲିସ ଘେରିବା ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା । ତେବେ ଆତଙ୍କବାଦୀଙ୍କ ଗୁଳିର କଡା ଜବାବ ଦେଇଥିଲେ ଭାରତୀୟ ସେନା ବାହିନୀର ଯବାନମାନେ । କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଚାଲିରହିଥିଲେ । ଶେଷରେ ସେନାବାହିନୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ଟଳି ପଡିଛନ୍ତି । ଏବଂ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କିଛି ପାକିସ୍ତାନୀ କାଗଜପତ୍ର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ନିହତ ହୋଇଥିବା ୨ଆତଙ୍କୀ ସ୍ଥାନୀୟ ଅଞ୍ଚଳର । ଏବଂ ସେମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ପାଇଁ କାମ କରୁଛନ୍ତି ବୋଲି ଜାମ୍ମୁ-କାଶ୍ମୀର ପୋଲିସ ସୂଚନା ଦେଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧାର ସେମାନଙ୍କ ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.