ଘୋଡା ଚଢିଲେ ସୁର ରାଉତରାୟ...ଦେଖନ୍ତୁ ଭିଡିଓ

Published By : Prameya-News7 Bureau | December 27, 2021 IST

ଭୁବନେଶ୍ୱର,୨୭/୧୨ :    ଓଜନ କମ୍ ନୁହେଁ । ଦଳରେ ଓ ଓଜନରେ ସେ ହେଭିଓ୍ୱେଟ୍ । ହେଲେ ହାର୍ ମାନିଲେନି । କଷ୍ଟେମଷ୍ଟେ ଚଢିଲେ ଘୋଢା । ଏକା ପାରିଲେନି । ୪ ଜଣ ତାଙ୍କୁ ଉଠାଇ ଘୋଡାରେ ବସାଇଲେ । ଘୋଡା ବି ଟଳମଳ । ଆମେ କହୁଛୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ କଥା ।

ହସ ମିଜାଜର ନେତା ସୁର ରାଉତରାୟ । ସବୁଥିରେ ପାରଙ୍ଗମ । କଥାରେ ବାଟୁଳି ବାଜେନି । ଏବେ କିନ୍ତୁ ସୁର ଘୋଡା ଚଢାକୁ ନେଇ ଚର୍ଚ୍ଚାରେ । ଭାଇରାଲ ହୋଇଛି ସୁର ରାଉତରାୟଙ୍କ ଭିଡିଓ ।  ଭିଡିଓରେ ସୁର ଚଢୁଛନ୍ତି ଏକ ଧଳା ଘୋଡା । ଏକା ପାରୁ ନାହାଁନ୍ତି । ତାଙ୍କୁ ବଳ ଦେଉଛନ୍ତି ୪ ଜଣ କର୍ମୀ । ଶେଷରେ କଷ୍ଟେମଷ୍ଟେ ସେ ଘୋଡା ଉପରେ ବସୁଛନ୍ତି । କର୍ମୀ ବି କହୁଛନ୍ତି ସୁରଙ୍କୁ ଟେକି ଦିଅ, ଟେକି ଦିଅ... ତା ପରେ ସୁରଙ୍କ ପାଟିରୁ ବାହାରୁଛି ରେଡି ରେଡି.।

wp:html /wp:html

ଏତିକି ନୁହେଁ, ଘୋଡା ଚଢିଲା ବେଳେ ଖସି ପଡୁଛି ସୁରଙ୍କ ମୁଦି । ଗଳି ପଡିଲା କହିବା ପରେ ମୁଦି ଉଠାଇ ତାଙ୍କୁ ଦେଉଛନ୍ତି ଉପସ୍ଥିତ କର୍ମୀ  । ଶେଷରେ ନିଜେ ଘୋଡା ସବାର କରୁଛନ୍ଟି ଜଟଣି ବିଧାୟକ । ରେଡି ରେଡି କହି ପଡିଆରେ ଚକ୍କର କାଟୁଛନ୍ତି ।  ଓହ୍ଲାଇବା ବେଳେ ବି ଦରକାର ପଡୁଛି କର୍ମୀଙ୍କ ସାହାରା ।  ଯାହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.