ପୁଅ ମନ୍ମଥଙ୍କୁ ମନାଇଲେ ବିଧାୟକ ସୁର ରାଉତରାୟ, କହିଲେ ଯଦି ଲଢିବ କଂଗ୍ରେସରୁ ଲଢିବ

Published By : Prameya-News7 Bureau | September 07, 2023 IST

ଭୁବନେଶ୍ୱର ୦୭/୦୯: ଶେଷରେ ପୁଅକୁ ମନାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହିଲେ ଯଦି ମନ୍ମଥ ଲଢ଼ିବ କଂଗ୍ରେସରୁ ଲଢ଼ିବ ବୋଲି କହିଛନ୍ତି ସୁର । ଅନ୍ୟ ଦଳରୁ ଲଢ଼ିବାର ପ୍ରଶ୍ନ ଉଠୁନାଇଁ ବୋଲି ସୁର କହିଛନ୍ତି । କାରଣ ମୋ ରକ୍ତରେ ରହିଛି କଂଗ୍ରେସ ।

ଗତ କିଛିଦିନ ତଳେ ବରିଷ୍ଠ କଂଗ୍ରେସ ବିଧାୟକ ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏକ ପ୍ରେସମିଟରେ କହିଥିଲେ ପୁଅ ମୋର ଉତ୍ତରାଧିକାରୀ ଭାବେ କଂଗ୍ରେସ ଟିକେଟରେ ଜଟଣୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବ ? ହେଲେ ମାସ କେଇଟା ଯାଇନି ବାପାଙ୍କ କଥାକୁ ଭୁଲ ପ୍ରମାଣିତ କରିଥିଲେ ପୁଅ ମନ୍ମଥ ରାଉତରାୟ ।

wp:embed {"url":"https://www.prameyanews7.com/sura-son-reaction-on-election/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sura-son-reaction-on-election/
/wp:embed

ସୂଚନା ଥାଉକି, ବୁଧବାର କଂଗ୍ରେସରୁ ନିର୍ବାଚନ ଲଢିବେନି ସୁର ରାଉତରାୟଙ୍କ ପୁଅ ବୋଲି କହିଥିଲେ ମନ୍ମଥ ରାଉତରାୟ । ଅଲଗା ଦଳରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ମନମଥ । କିନ୍ତୁ ଏବେ ଘୋଷଣା କରିବେନି ବୋଲି ରୋକ୍‌ଠୋକ ମନା କରିଦେଇଛନ୍ତି ।

wp:html /wp:html

ଅକ୍ଟୋ ବର ମାସରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ସ୍ପଷ୍ଟ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ବାପାଙ୍କୁ ବହୁତ କିଛି ଦେଇଛି । କଂଗ୍ରେସ ଦଳ ହିଁ ବାପାଙ୍କୁ ବିଧାୟକ ଭାବେ ନିର୍ବାଚିତ ହେବାକୁ ସୁଯୋଗ ଦେଇଛି । ତେବେ ଏସବୁ ଭୁଲ୍ ପ୍ରମାଣିତ କରିଦେଇଛନ୍ତି ନିଜେ ସୁର ରାଉତରାୟ । ସ କହିଛନ୍ତି ଯେ, ମୋ ପୁଅ ଯଦି ଲଢିବ କଂଗ୍ରେସରୁ ଲଢିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.