ଭୁବନେଶ୍ୱର ୦୨।୧୦ : କଂଗ୍ରେସ ନେତା ପ୍ରଦୀପ ମାଝୀ ଦଳ ଛାଡିବା ପ୍ରସଙ୍ଗ । ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସେ କହିଛନ୍ତି କି, ଯଦି ତାଙ୍କର ଦଳ ଛାଡିବାର ଅଛି , ତେବେ ତୁରନ୍ତ ଛାଡ଼ନ୍ତୁ । ନହେଲେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରି ଦଳ ଭିତରେ ରୁହନ୍ତୁ । କଂଗ୍ରେସ ଦଳରେ ବହୁ ଆଦିବାସୀ ନେତା ଅଛନ୍ତି । ଦଳ ଛାଡିବା ଲୋକ ଗଲେ ନୂଆ କଂଗ୍ରେସ ତିଆରି ହେବ ।
ସେହିପରି ପିପିଲିରେ ଉପ-ନିର୍ବାଚନ ନେଇ ମତ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପିପିଲିରେ ଦଳ ହାରିବା ପଛରେ ପ୍ରଦୀପ ମାଝି ହିଁ ଦାୟୀ । ପ୍ରଦୀପଙ୍କ ପ୍ରଚାର ଯୋଗୁଁ କିଛି ଭୋଟ ବିଜେଡ଼ିକୁ ଚାଲିଯାଇଛି । ଯାହାଫଳରେ ଦଳ ହାରିବାର ସମ୍ଭାବନା ରହିଛି ।
ସେପଟେ ଶାସକ ଦଳ ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ପିପିଲିରେ ବିଜେଡି ୧୨ କୋଟି ଟଙ୍କା ବାଣ୍ଟିଛି । ଭୋଟର ପିଛା ୩ ହଜାର ଟଙ୍କା ଦିଆଯାଇଛି । ଜଣେ ମନ୍ତ୍ରୀ ଓ ବିଜେଡି ବିଧାୟକ ମୋତେ ଆଟାଚିରେ ଭର୍ତି ଥିବା ଟଙ୍କା ଦେଖେଇଛନ୍ତି । ବିଜେଡି ଜିତିଲେ ବି, ବିଜେଡି-ବିଜେପି ଭିତରେ ଭୋଟ ବ୍ୟବଧାନ କମ୍ ରହିବ ବୋଲି କଂଗ୍ରେସ ବିଧାୟ ସୁରେଶ କୁମାର ରାଉତରାୟ କହିଛନ୍ତି ।