Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଂଗ୍ରେସ ପ୍ରାର୍ଥୀ ଦେଇଛି, ଭଲ ଭୋଟ୍‌ରେ ବିଜୟୀ ହେବ : ସୁର ରାଉତରାୟ

14/04/2023 at 4:39 PM

ଭୁବନେଶ୍ବର ୧୪।୪: ଝାରସୁଗୁଡା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି, ଶନିବାର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିବେ । ପିସିସି ସଭାପତି ଦଳର ତୁଙ୍ଗ ନେତା ଉପସ୍ଥିତ ରହିବେ । କଂଗ୍ରେସ ପ୍ରାର୍ଥୀ ଦେଇଛି । କଂଗ୍ରେସ ଭଲ ଭୋଟ୍‌ରେ ବିଜୟୀ ହେବ । କଂଗ୍ରେସ ପକ୍ଷରୁ ପ୍ରତି ୱାର୍ଡରେ ଜଣେ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।

ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ୮୦ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରଯାଇଛି । ପର୍ଯ୍ୟବେକ୍ଷକମାନେ ପ୍ରତି ଗାଁ ଏବଂ ପଞ୍ଚାୟତରେ ଡେରା ପକାଇ ତରୁଣ ପାଣ୍ଡେଙ୍କ ପାଇଁ କ୍ୟାମ୍ପେନ୍ କରିବେ । କଂଗ୍ରେସ ବିଧାୟକ ଜୋନ୍ ଦାୟିତ୍ବରେ ରହିବେ । ଦଳର ଉପ-ସଭାପତି ସବ୍ ଜୋନ୍‌ରେ ରହିବେ । ଦଳର ସାଧାରଣ ସମ୍ପାଦକ ଦୁଇଟି ଲେଖାଏଁ ୱାର୍ଡ ଦାୟିତ୍ବରେ ରହିବେ । ଦଳର ୨୦ ଜଣ ଷ୍ଟାର ପ୍ରଚାରକ ଦଳର ପ୍ରଚାର ଦାୟିତ୍ବରେ ରହିବେ । କଂଗ୍ରେସର ୧୩୦ଜଣ ବଡ଼ ନେତା ଝାରସୁଗୁଡ଼ାରେ ଡେରା ପକାଇ ନିର୍ବାଚନ ପରିଚାଳନା କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁର ରାଉତରାୟ କହିଛନ୍ତି ।

   Related Posts