ଏକାମ୍ର ଭୂମିପୂଜନ ଉତ୍ସବରେ ଅଭିମାନ କଲେ ସୁର, ମାନଭଞ୍ଜନ କଲେ ମେୟର

Published By : Prameya-News7 Bureau | June 28, 2023 IST

ଭୁବନେଶ୍ୱର ୨୮/୦୬: ଏକାମ୍ର ପ୍ରକଳ୍ପ ଭୂମିପୂଜନ ଉତ୍ସବରେ ଅଭିମାନ କଲେ ସୁର ରାଉତରାୟ । ପ୍ରଥମେ ମଞ୍ଚ ଉପରେ ସୁରଙ୍କୁ ମିଳିଲା ନାହିଁ ଚେୟାର । ମଞ୍ଚରୁ ରାଗି ଉଠି ଆସିଲେ ସୁର ରାଉତରାୟ । କହିଲେ ଏକାମ୍ର ପ୍ରକଳ୍ପ ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩ ବିଧାୟକଙ୍କ ପାଇଁ ରହିଛି ଚେୟାର । କିନ୍ତୁ ଆଉ ଗୋଟିଏ ବିଧାୟକଙ୍କ ପାଇଁ ଚେୟାର ନାହିଁ ।

ଚେୟାର ନଥିବାରୁ ରାଗି କ୍ଷୋଭ ପ୍ରକାଶ କରିଥିଲେ ସୁର ରାଉତରାୟ । ତେବେ ସୁରଙ୍କ ଏଭଳି ଅଭିଯୋଗ ପରେ ଆଗେଇ ଆସିଥିଲେ ମେୟର ସୁଲୋଚନା । ଡାକିନେଇ ସୁରଙ୍କ ମାନ ଭଞ୍ଜନ କରିଥିଲେ ମେୟର । ଡାକି ନେଲେ ଓ ମଞ୍ଚରେ ବସିବା ବ୍ୟବସ୍ଥା କରିଥିଲେ ।

wp:html /wp:html

ସୂଚନା ଥାଉକି, ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତୀ । ଆଧ୍ୟାତ୍ମିକ ପରିବେଶରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବୈଦିକ ବ୍ରାହ୍ମଣ ଓ ପଣ୍ଡିତମାନେ କରୁଛନ୍ତି ହୋମ ଯଜ୍ଞ । ଫୁଲ ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ଝଟକୁଛି ଏକାମ୍ର କ୍ଷେତ୍ର । ୮୦ ଏକର ଜମିରେ ୨୮୦କୋଟି ବ୍ୟୟରେ ଏହି ପ୍ରକଳ୍ପ କରାଯିବ । ଦେଢ଼ ବର୍ଷରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

wp:embed {"url":"https://www.prameyanews7.com/odisha-cm-laid-foundation-stone-of-ekamra-project/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-cm-laid-foundation-stone-of-ekamra-project/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.