scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାକିରିରୁ ଇସ୍ତଫା ଦେଲେ ସୁରଙ୍କ ସାନପୁଅ, ୨୪ରେ ବାପାଙ୍କ ଜାଗାରେ ଲଢିବେ ମନ୍ମଥ!

27/06/2023 at 2:53 PM

ଭୁବନେଶ୍ୱର ୨୭/୦୬: ସୁରଙ୍କ ଜାଗାରେ ୨୦୨୪ ନିର୍ବାଚନ ଲଢିବେ ସାନ ପୁଅ ମନ୍ମଥ ରାଉତରାୟ । ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ହେଉଛନ୍ତି ମନ୍ମଥ ରାଉତରାୟ । ଏଥିପାଇଁ ସେ ଚାକିରିରୁ ଇସ୍ତଫା ଦେଇଛନ୍ତି ।

ଏୟାର ଇଣ୍ଡିଆ କ୍ୟାପଟେନ୍ ପଦରୁ ଇସ୍ତଫା ଦେଇଛନ୍ତି ମନ୍ମଥ । ଚାକିରି ଛାଡ଼ିଥିବା ନେଇ ନିଜେ ମନ୍ମଥ ସୂଚନା ଦେଇଛନ୍ତି । ତେବେ ଚାକିରି ଛାଡ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ । ସେ କହିଛନ୍ତି ଯେ, ୨୦୨୪ରେ ବାପା ଆଉ ନିର୍ବାଚନ ଲଢିବେନି । ସେବା କରିବା ପାଇଁ ଚାକିରି ଛାଡ଼ିଲି । ସମସ୍ତଙ୍କ ସହ ଆଲୋଚନା ପରେ ମୁଁ ନେଇଛି ନିଷ୍ପତ୍ତି ।

ସୂଚନା ଥାଉକି, ଜଟଣୀ ବିଧାୟକ ସୁର ରାଉତରାୟ ଫେବୃଆରୀ ୨୩ରେ ରାଜନୈତିକ କ୍ୟାରିଅରରୁ ଅବସର ନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ, ମୁଁ ଆଉ ନିର୍ବାଚନ ଲଢିବିନି । ମୋ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢିବ। ମୋତେ ୮୦ ହେଲାଣି । ମୋ ପୁଅ କଂଗ୍ରେସ ଟିକେଟରୁ ଲଢିବ ।

you can also read..

   Related Posts