LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦେଢ଼ ଲକ୍ଷ ଦେହଜୀବୀଙ୍କୁ ସହାୟତା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

23/09/2020 at 1:48 PM

ନୂଆଦିଲ୍ଲୀ ୨୩/୦୯ : ଯୌନ କର୍ମୀଙ୍କ ପାଇଁ ଖୁସି ଖବର । ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଯୌନକର୍ମୀ ମାନଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ । କୋଭିଡ଼-୧୯ ସମୟରେ ଯୌନକର୍ମୀମାନେ ଅଭାବ ଅନଟନରେ ଜୀବନ ବିତାଉଛନ୍ତି । ଏଭଳି ସମୟରେ ଯୌନକର୍ମୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଏପରି ନିର୍ଦ୍ଦେଶକୁ ଓଡ଼ିଶା ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ସ୍ୱାଗତ କରିଛନ୍ତି । ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପୂର୍ବରୁ ରାଜ୍ୟ ମାନବିକ ଅଧିକାର ମଧ୍ୟ ଯୌନକର୍ମୀଙ୍କୁ ସହାୟତାର ହାତ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ରାଜ୍ୟ ସରକାର ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଓଡ଼ିଶା ପତିତ ଉଦ୍ଧାର ସମିତି ଦୀର୍ଘ ୨୨ବର୍ଷ ଧରି ଯୌନ କର୍ମୀ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି । ଯୌନ କର୍ମୀଙ୍କ ଥଇଥାନ ଲାଗି ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାର ଆଜି ସବୁ ବର୍ଗର ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥିବା ବେଳେ ଯୌନକର୍ମୀ ମାନଙ୍କ ପ୍ରତି ଅବହେଳା ଦେଖାଉଛନ୍ତି । ମହିଳା ମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିଆସୁଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯୌନକର୍ମୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା ପାଇଁ କୁହାଯାଇଛି ।

   Related Posts