oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଦିଲ୍ଲୀ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଖପ୍ପା: ‘ସମୟ ନଷ୍ଟ ହେଉଛି କିନ୍ତୁ ଫଳ ଶୂନ, ୨୪ ଘଣ୍ଟା ମଧ୍ୟରେ ଆକ୍ସନ ନିଅ ନଚେତ୍‌ ଦୃଢ କାର୍ଯ୍ୟାନୁଷ୍ଠାନ’

2/12/2021 at 9:55 PM

ନୂଆଦିଲ୍ଲୀ ୦୨/୧୧ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କମିବାର ନାଁ ନେଉନାହିଁ । ଦିଲ୍ଲୀ ସରକାର ପ୍ରଦୂଷଣ କମାଇବାକୁ ବିଭିନ୍ନ ପଦକ୍ଷେପ ନେଉଥିଲେ ସୁଦ୍ଧା ତାହା କମ ହେବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କେଜରିଓ୍ବାଲ ସରକାର ଉପରେ ପୁଣି ବର୍ଷିଛନ୍ତି ସୁପ୍ରିମକୋର୍ଟ । ଗତ କିଛି ସପ୍ତାହ ଧରି ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ନେଉଥିବା ପଦକ୍ଷେପ ସନ୍ତୋଷଜନକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା କହିଛନ୍ତି, ‘ଦିଲ୍ଲୀ ପ୍ରଦୂଷଣ କମୁନାହିଁ ବରଂ ବୃଦ୍ଧି ପାଇବାରେ ଲାଗିଛି । କେବଳ ସମୟ ନଷ୍ଟ ହେଉଛି କିନ୍ତୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ । ଲଗାତାର ୪ ସପ୍ତାହ ହେଲା କୋର୍ଟ ଦିଲ୍ଲୀ ପ୍ରଦୂଷଣ ନେଇ ଶୁଣାଣି କରୁଛନ୍ତି ।’

ଦିଲ୍ଲୀ ପ୍ରଦୂଷଣ କମାଇବା ପାଇଁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ କେଜରିଓ୍ବାଲ ସରକାରଙ୍କୁ ତେତାବନୀ ଦେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଶିଳ୍ପ ଏବଂ ଗାଡିମୋଟରରୁ ନିର୍ଗତ ବିଷାକ୍ତ ଧୂଆଁକୁ ରୋକିବା ପାଇଁ ଠୋସ୍‌ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର, ଦିଲ୍ଲୀ ସରକାର ଏବଂ ପଡୋଶୀ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ଗତ ଦିଓ୍ବାଲୀ ପରଠାରୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅତ୍ୟଧିକ ବୃଦ୍ଧିପାଇଛି । କେବଳ ସେତିକି ନୁହେଁ ପଡୋଶୀ ରାଜ୍ୟମାନଙ୍କରେ ଜମିରେ ନଡା ଜାଳିବା ଯୋଗୁଁ ମଧ୍ୟ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଛି । ଗତ ମାସେ ହେଲା ରାଜଧାନୀରେ ନିଶ୍ବାସ ନେଇପାରୁନାହାନ୍ତି ଲୋକେ । ଏଥିରେ ବିରକ୍ତି ପ୍ରକାଶ କରିବା ସହ ଦିଲ୍ଲୀର କେଜରିଓ୍ବାଲ ସରକାରଙ୍କୁ ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା କହିଛନ୍ତି, ‘ଆପଣଙ୍କ ସରକାରକୁ ପରିଚାଳନା କରିବା ପାଇଁ ଆମେ କୌଣସି ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି କରିବୁ ।’  

ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଡଭୋକେଟ୍‌ ଅଭିଷେକ ମନୁ ସିଙ୍ଗଭୀ କହିଛନ୍ତି, ଦିଲ୍ଲୀରେ ସ୍କୁଲ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ବିକଳ୍ପ ହେଉଛି ଅନ୍‌ଲାଇନ୍‌ କ୍ଲାସ୍‌ ।

ଏହାର ଜବାବ ଦେବାକୁ ଯାଇ ସୁପ୍ରିମକୋର୍ଟ କହିଛନ୍ତି, ‘ ଆପଣ ଯାହାବି କହୁଛନ୍ତି ତାହା ବିକଳ୍ପ କିନ୍ତୁ ସ୍ଥାୟୀ ସମାଧାନ ଆବଶ୍ୟକ। ଗୋଟିଏ ପଟେ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହେବାରେ ଲାଗିଛି ଅନ୍ୟ ପଟେ କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଜାରି ରଖିଛନ୍ତି । ଘରେ ବସି ରହିବାକୁ କେହି ଭଲ ପାଆନ୍ତି ନାହିଁ । ତେଣୁ ଆସନ୍ତାକାଲି ସୁଦ୍ଧା ପ୍ରଦୂଷଣ ରୋକିବା ପାଇଁ ଯଦି କୌଣସି ଠୋସ୍‌ ପଦକ୍ଷେପ ନିଆ ନଯାଏ ତେବେ କୋର୍ଟ ବାଧ୍ୟ ହୋଇ ସରକାରଙ୍କ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବେ । ୨୪ ଘଣ୍ଟା ମଧ୍ୟରେ ଏହି ସମସ୍ୟାର ସମାଧାନ ହେବା ଉଚିତ’ । ଆସନ୍ତାକାଲି ପୁଣି ଏହି ମାମଲାର ଶୁଣାଣି ହେବ ।

   Related Posts