LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା, ଘୃଣିତ ଭାଷଣ ଦେଉଥିବା ଲୋକଙ୍କ ଉପରେ କାହିଁକି ନେଉନ କାର୍ଯ୍ୟାନୁଷ୍ଠାନ ?

29/03/2023 at 9:07 PM

ନୂଆଦିଲ୍ଲୀ: ରାଜନେତାଙ୍କ ଘୃଣିତ ଭାଷଣକୁ ନେଇ ଆଜି  ସୁପ୍ରିମକୋର୍ଟରେ ଗରମାଗରମ ବିତର୍କ ଦେଖିବାକୁ ମିଳିଛି। ଘୃଣିତ ଭାଷଣ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବା କାରଣରୁ ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରମାନଙ୍କୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅଦାଲତ କହିଛନ୍ତି ଯେବେ ରାଜନୀତି ଏବଂ ଧର୍ମ ଅଲଗା ହୋଇଯିବ ଏବଂ ନେତା ରାଜନୀତିରେ ଧର୍ମର ବ୍ୟବହାର ବନ୍ଦ କରିବେ ତେବେ ଯାଇ ଘୃଣିତ ଭାଷଣ ଆପେ ଆପେ ବନ୍ଦ ହୋଇଯିବ। ଏହା ଉପରେ ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଦେବା ଆବଶ୍ୟକ ବୋଲି  ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ରାଜନେତାଙ୍କ ଘୃଣିତ ଭାଷଣ ଦିଆଯାଉଛି ଏବଂ ସମାଜରେ ବିଶୃଙ୍ଖଳା ସୃଷ୍ଟି କରାଯାଉଛି। ଲୋକଙ୍କୁ ଏଥିରୁ ନିବୃତ୍ତ ରହିବା ଉଚିତ୍। ଜଷ୍ଟିସ କେଏମ ଯୋଶେଫ ଏବଂ ବିଭି ନାଗରତ୍ନାଙ୍କ ପୀଠ ମାମଲାର ଶୁଣାଣି କରି ପ୍ରଧାନମନ୍ତ୍ରୀ ଜବାହରଲାଲା ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣକୁ ଆଧାର କରି କହିଛନ୍ତି, ଦୂର ଦୂରାନ୍ତ ଏବଂ କୋଣ ଅନୁକୋଣରୁ ଲୋକେ ସେମାନଙ୍କ ଭାଷଣ ଶୁଣିବାକୁ ଆସିଥାନ୍ତି।

ଅଦାଲତ କହିଛନ୍ତି, ଆମେ କେତେ ଲୋକଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ନେଇ ପାରିବୁ। ଖଣ୍ଡପୀଠ ଘୃଣିତ ଭାଷଣ ଦେଉଥିବା ଲୋକଙ୍କ ଉପରେ ଏଫଆଇଆର ରୁଜୁ କରିବାରେ ବିଫଳ ବିଭିନ୍ନ ରାଜ୍ୟ ପ୍ରାଧିକରଣ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଆଗତ ଅବମାନନା ଯାଚିକା ଉପରେ ଶୁଣାଣି କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି। ପ୍ରତ୍ୟେକ ଦିନ ନ୍ୟୁଜ ଚ୍ୟାନେଲ ଏବଂ ସାର୍ବଜନୀନ ମଞ୍ଚରେ ରାଜନୈତିକ ଦଳର ନେତାମାନେ ପରସ୍ପରକୁ ବଦନାମ ଏବଂ ନିଚ୍ଚ ଦେଖାଇବା ପାଇଁ ଘୃଣିତ ଭାଷଣ ଦେଇ ଚାଲିଛନ୍ତି। ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର।

ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଜଣେ ବ୍ୟକ୍ତିଙ୍କ ଦ୍ଵାରା ବିଶେଷ ସମୁଦାୟ ବିରୋଧରେ କେରଳରେ ଦେଇଥିବା ଅପମାନସୂଚକ ଭାଷଣ ମନେ ପକାଇଥିଲେ। ସେ ପ୍ରଶ୍ନ କରିଛନ୍ତି ଯେ, ଆବେଦନକାରୀ ଶାହିନ ଅବଦୁଲ୍ଲା ଦେଶରେ ହେଟସ୍ପିଚ ଘଟଣାକୁ ନେଇ ଏକ ନିର୍ଦ୍ଦିଷ୍ଟ ଘଟଣାକୁ ଉଲ୍ଲେଖ କରିଛନ୍ତି। ଉଲ୍ଲେଖନୀୟ ଗତ କିଛି ବର୍ଷରେ ଦେଶରେ ଘୃଣିତ ଭାଷଣକୁ ନେଇ ସୁପ୍ରିମକୋର୍ଟ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗତ ମାସରେ ଏକ ଶୁଣାଣି ସମୟରେ ଅଦାଲତ କହିଥିଲେ ଯେ, ହେଟସ୍ପିଚ୍‌କୁ ନେଇ ସର୍ବସମ୍ମତି ବଢିବାକୁ ଯାଉଛି। ଭାରତ ପରି ଧର୍ମନିରପେକ୍ଷ ଦେଶରେ ଧର୍ମ ଆଧାରରେ ଘୃଣିତ ଅପରାଧର କୌଣସି ସ୍ଥାନ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ହେଟସ୍ପିଚ୍‌କୁ ନେଇ କୌଣସି ସାଲିସ୍ କରାଯାଇ ପାରିବ ନାହିଁ। ଏମିତି ଘୃଣିତ କାମରୁ ଦୂରେଇ ରହିବା ଦେଶର ନାଗରିକଙ୍କ ହେଉଛି ପ୍ରଥମ କର୍ତ୍ତବ୍ୟ। ବିଚାରପତି କେଏମ ଯୋଶେଫ ଏବଂ ବିଚାରପତି ବିଭି ନାଗରତ୍ନାଙ୍କ ପୀଠ କହିଛନ୍ତି ଯଦି ଏମିତି ଅପରାଧ ବିରୋଧରେ ଏଫଆଇଆର ରୁଜୁ କରାଯିବ ନାହିଁ ତେବେ ଦେଶରେ ବହୁତ ବିପଦଜ୍ଜନକ ମାହୋଲ ସୃଷ୍ଟି ହେବ। ଏହା ଆମ ଜୀବନର ମୂଳକୁ ହିଁ ନଷ୍ଟ କରି ଦେବ।

   Related Posts