ସମଲିଙ୍ଗୀ ବିବାହ: ସୁପ୍ରିମକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ରିଭ୍ୟୁ ପିଟିସନ୍‌ ଦାଖଲ

Published By : Prameya-News7 Bureau | November 01, 2023 IST

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ପୁର୍ନବିଚାର ଯାଚିକା। ସୁପ୍ରିମକୋର୍ଟରେ ଦିଆଯାଇଥିବା ରାୟକୁ ଚାଲେଞ୍ଜ କରି ରିଭ୍ୟୁ ପିଟିସନ୍‌ ଦାଖଲ କରିଛନ୍ତି ଉଦିତ୍‌ ସୁଦ୍। କୋର୍ଟ ରାୟର ବିରୋଧାଭାସ ହୋଇଥିବା ଯାଚିକାରେ ଦର୍ଶାଇଛନ୍ତି। "ଏହି ରାୟରେ LGBTQ ସମ୍ପ୍ରଦାୟଙ୍କ ଭେଦଭାବର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଭେଦଭାବକୁ ହଟାଯାଇ ନାହିଁ। ସଂସଦ ସମଲିଙ୍ଗୀ ଦମ୍ପତିଙ୍କୁ ଅଧିକାର ଦେବାରେ ଅସହମତି ଜଣାଇବା ସହ ସେମାନଙ୍କୁ ମଣିଷ ଠାରୁ ନୀଚ ଦେଖାଯାଉଛି।‘’

୧୭ ଅକ୍ଟୋବରରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ ଆବେଦନର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ସଂଜୟ ସିଂ କୌଲ, ଏସ୍‌. ରବିନ୍ଦ୍ର ଭଟ୍ଟ,ହିମା କୋହଲି ଏବମ ପିଏମ୍‌ ନରସିମହା ଗଠିତ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ନେଇ ରାୟ ଶୁଣାଇଥିଲେ।

କୋର୍ଟ ତାଙ୍କ ରାୟରେ କହିଥିଲେ ଯେ- ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ । ବିବାହକୁ ନେଇ ଆଇନ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାରଭୁକ୍ତ ନୁହେଁ । ଆଇନରେ ପରିବର୍ତ୍ତନ ଆଣିବା ସଂସଦଙ୍କ ଅଧିକାର ପରିସରରେ ଆସୁଛି । ତେଣୁ ସମଲିଙ୍ଗୀ ବିବାହକୁ ଆଇନମାନ୍ୟତା ଦେବା ସଂସଦ ଉପରେ ଛାଡ଼ି ଦିଆଯାଇଛି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ କହିଥିଲେ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପ୍ରସଂଗରେ ୪ଟି ନିଷ୍କର୍ସ ରହିଛି । ଏଥିରେ କିଛି ଅନୁମତି ଦେବା ସପକ୍ଷରେ ରହିଥିବା ବେଳେ କିଛି ରାୟ ବିପକ୍ଷରେ ଯାଇଛି । ସମସ୍ତଙ୍କର ଜୀବନ ସାଥି ଚୟନ କରିବାର ଅଧିକାର ରହିଛି । ତେଣୁ ଏଥିପାଇଁ ସରକାର କମିଟି ଗଠନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରିଭ୍ୟୁ ପିଟିସନ୍‌ ଦାଖଲ ପରେ କୋର୍ଟଙ୍କ କଣ କହିବେ, ଏନେଇ ସମସ୍ତଙ୍କ ନଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.