scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜ୍ଞାପନ ଟଙ୍କା ରାପିଡ୍ ରେଳରେ ଖର୍ଚ୍ଚ କର ; କେଜ୍ରିୱାଲ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ, ଦେଲେ ସପ୍ତାହେ ମହଲତ

21/11/2023 at 3:51 PM

ନୂଆଦିଲ୍ଲୀ: ଆରଆରଟିଏସ ପ୍ରୋଜେକ୍ଟ (ରାପିଡ୍ ରେଳ) ପାଇଁ ଦିଲ୍ଲୀ ସରକାର ପାଣ୍ଠି ନଦେବା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କେଜ୍ରିୱାଲ ସରକାରଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ ତାଙ୍କ ବିଜ୍ଞାପନ ଟଙ୍କାକୁ ଏହି ପ୍ରୋଜେକ୍ଟରେ ଖର୍ଚ୍ଚ କରାଯାଉ । ସର୍ବୋଚ୍ଚ ଅଦାଲତ ଏଥିପାଇଁ ଦିଲ୍ଲୀ ସରକାରଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି ।   

ସୁପ୍ରିମକୋର୍ଟ ଏହା ପୂର୍ବରୁ ଜୁଲାଇରେ ମଧ୍ୟ କେଜ୍ରିୱାଲ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଥିଲେ । ଏହାସହ ପ୍ରୋଜେକ୍ଟ ପାଇଁ ଅର୍ଥ ଜାରି କରିବାକୁ କହିଥିଲେ । ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ ସୁପ୍ରିମକୋର୍ଟ କହିଛନ୍ତି, ‘ଦିଲ୍ଲୀ ସରକାର କୋର୍ଟଙ୍କ ଆଦେଶ କାହିଁକି ପାଳନ କଲେ ନାହିଁ ? ଆମେ ଆପଣଙ୍କ (ଦିଲ୍ଲୀ ସରକାର) ବଜେଟ ଉପରେ ରୋକ ଲଗାଇବା ଦେବୁ । ଆମେ ଏହାକୁ ସିଜ୍ କରିଦେବୁ ଓ ଏହି ପ୍ରୋଜେକ୍ଟରେ ଲଗାଇବୁ’।

ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ୍ ସୁଧାଂଶୁ ଧୂଳିଆଙ୍କ ଖଣ୍ଡପୀଠ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀ ସରକାରଙ୍କ ବିଜ୍ଞାପନ ଫଣ୍ଡକୁ ପ୍ରୋଜେକ୍ଟ ପାଇଁ ଟ୍ରାନ୍ସଫର କରିଦିଆଯାଉ । ତେବେ ଏହି ଆଦେଶକୁ ଏକ ସପ୍ତାହ ଅବଧି ପାଇଁ ସ୍ଥଗିତ ରଖାଯାଇଛି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଯଦି ଗୋଟିଏ ସପ୍ତାହରେ ଦିଲ୍ଲୀ ସରକାର ଟଙ୍କା ଟ୍ରାନ୍ସଫର ନକରନ୍ତି ତେବେ ଏହି ଆଦେଶ ଲାଗୁ କରାଯିବ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଅରୋରା ଏକ ସପ୍ତାହ ସମୟ ମାଗିଥିଲେ । ଜଷ୍ଟିସ କୌଲ କହିଛନ୍ତି ଯେ ମାମଲାକୁ ଏକ ସପ୍ତାହ ପରେ ସୂଚୀବଦ୍ଧ କରାଯାଉଛି । ଯଦି ଅର୍ଥ ଦିଆନଯାଏ ତେବେ ଆଦେଶ ପ୍ରଭାବୀ ହେବ ।

Also Read: କେଜ୍ରିୱାଲଙ୍କ ବଢିଲା ଅଡ଼ୁଆ, ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ନୋଟିସ୍ ପଠାଇଲା ଇଡି

   Related Posts