ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, କହିଲେ- କୋଟା ପଲିସିର ଅର୍ଥ ଯୋଗ୍ୟତାକୁ ଅଣଦେଖା କରିବା ନୁହେଁ

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯।୧୨:  ସୁପ୍ରିମକୋର୍ଟ ଶୁକ୍ରବାର ଜାତିଗତ ସଂରକ୍ଷଣ ମାମଲାରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି କୋଟା ପଲିସିର ଅର୍ଥ ଏହା ନୁହେଁ ଯେ ଯୋଗ୍ୟତାକୁ ଅଣଦେଖା କରିବା। ଏହାର ଅର୍ଥ ମେଧାବୀ ଆଶାୟୀଙ୍କୁ ଚାକିରିରୁ ବଞ୍ଚିତ କରିବା ନୁହେଁ,  ହୋଇପାରେ ସେ ସଂରକ୍ଷଣ ଶ୍ରେଣୀରୁ ଆସି ଥାଆନ୍ତୁ ନା କାହିଁକି। ବିଚାରପତି ଉଦୟ ଲଳିତଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ସଂରକ୍ଷଣର ଫାଇଦାକୁ ନେଇ ଦାଖଲ ଆବେଦନ ଉପରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି।

ଅଦାଲତ ନିଜର ନିଷ୍ପତ୍ତିରେ କହିଛନ୍ତି ପଦ ଭରିବା ସମୟରେ ଆବେଦକଙ୍କ ଜାତି ପରିବର୍ତ୍ତେ ତାର ଯୋଗ୍ୟତା ଉପରେ ଧ୍ୟାନ ଦେବା ଦରକାର। ମେଧାବୀ ଆଶାୟୀଙ୍କୁ ସାହାଯ୍ୟ କରିବା ଉଚିତ୍। କୌଣସି ବି ପ୍ରତିଯୋଗିତାରେ ଆବେଦକଙ୍କ ଚୟନ ସଂପୂର୍ଣ୍ଣ ଭାବେ ଯୋଗ୍ୟତା ଉପରେ ରହିବା ଉଚିତ୍।

ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ରହି ଆସିଛି। ସଂରକ୍ଷଣକୁ ସାଧାରଣ ଶ୍ରେଣୀର ଯୋଗ୍ୟ ଆଶାୟୀ ପାଇଁ ସୁଯୋଗକୁ ସମାପ୍ତ କରିବାର ନିୟମ ହିସାବରେ ଦେଖିବା ଉଚିତ୍ ନୁହେଁ। ଏହି କଥା ସୁପ୍ରିମକୋର୍ଟର ଆଉ ଏକ ପୀଠର ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ନିଜର ଟିପ୍ପଣୀରେ କହିଥିଲେ।

ସେ ଲେଖିଛନ୍ତି ଏମିତି କଲେ ଫଳାଫଳ ସର୍ବଦା ଜାତିଗତ ଉପରେ ଆସି ଅଟକିବ। ଏଥିସହ ପ୍ରତ୍ୟେକ ସାମାଜିକ ଶ୍ରେଣୀ ସଂରକ୍ଷଣ ପରିଧିରେ ରହିଯିବେ ଏବଂ ଯୋଗ୍ୟତାକୁ ସର୍ବଦା ଅଣଦେଖା କରି ଚାଲିବେ। ସମସ୍ତଙ୍କ ପାଇଁ ଓପନ କାଟାଗୋରୀ ହେବା ଉଚିତ୍। କେବଳ ସେଥିରେ ଗୋଟିଏ ସର୍ତ୍ତ ରହିବ ଯେ ଆବେଦକଙ୍କୁ ନିଜର ଯୋଗ୍ୟତା ଦେଖାଇବାର ସୁଯୋଗ ଦିଆଯାଉ, ତାଙ୍କ ପାଖରେ ଯେ କୌଣସି ସଂରକ୍ଷଣର ଲାଭ ଥାଉନା କାହିଁକି।

ସୂଚନାଯୋଗ୍ୟ, ଅନେକ ହାଇକୋର୍ଟ ନିଜର ନିଷ୍ପତ୍ତିରେ ମାନିଛନ୍ତି ଯେ, ସଂରକ୍ଷଣ ବର୍ଗ ସମ୍ବନ୍ଧିତ କୌଣସି ଆବେଦକ ଯଦି ଯୋଗ୍ୟ ତେବେ ସେ ସାଧାରଣ ବର୍ଗରେ ମଧ୍ୟ ଆବେଦନ କରି ପାରିବେ। ସେ ଅନୁସୂଚିତ ବର୍ଗ, ଅନୁସୂଚିତ ଜନଜାତି କିମ୍ଵା ଅନ୍ୟ ପଛୁଆ ବର୍ଗର ହୋଇ ଥାଆନ୍ତୁ ନା କାହିଁକି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.