ଦିଲ୍ଲୀ ଜାମିଆରେ CABକୁ ବିରୋଧ କରି ହିଂସା ମାମଲା : ମଙ୍ଗଳବାର ସୁପ୍ରିମକୋର୍ଟରେ ହେବ ଶୁଣାଣି

Published By : Prameya-News7 Bureau | December 16, 2019 IST

ନୂଆଦିଲ୍ଲୀ ୧୬।୧୨: ନୂଆଦିଲ୍ଲୀରେ ସଂଶୋଧିତ ବିଲ୍‌କୁ ନେଇ ନେଇ ଦେଶରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ତେବେ ରବିବାର ଦିନ ଦିଲ୍ଲୀ ଜାମିଆରେ  ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି  ହିଂସାକାଣ୍ଡ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଆବେଦନ କରାଯାଇଛି । ଆବେଦନରେ ତୁରନ୍ତ ଶୁଣାଣି କରିବା ସହ ଏକ ଯାଞ୍ଚ କମିଟି ଗଠନ ପାଇଁ ଦାବି ହୋଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଆଗ୍ରାହ୍ୟ କରିଦେଇଛନ୍ତି । ତେବେ  ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବୋବ୍‌ଡେ । ଏଭଳି ହିଂସାକୁ ତୁରନ୍ତ ରୋକାଯିବା ଜରୁରୀ । ପ୍ରଥମେ ଘଟଣା ଉପରେ ମାମଲା ରୁଜୁ ହେଉ । ଆସନ୍ତାକାଲି ମାମଲାର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ । ହିଂସା ବନ୍ଦ କରିବାକୁ CJI ଜଷ୍ଟିସ ବୋବଡେଙ୍କ ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ଦିଲ୍ଲୀ ଜାମିଆ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା । ପ୍ରଦର୍ଶନକାରୀମାନେ ୩ଟି ବସ୍‌ରେ ନିଆଁ ଲଗାଇଦେଇଥିଲେ । ଅଗ୍ନିଶମ ବାହିନୀ ଗାଡି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ ।ପ୍ରଦର୍ଶନ ସମୟରେ ବସ୍ ପୋଡି ଓ ଭଙ୍ଗାରୁଜା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କିଛିଜଣଙ୍କ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.