vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩୭୦ ଧାରା ଉଚ୍ଛେଦ ଓ ଜମ୍ମୁକାଶ୍ମୀରର ପୁର୍ନଗଠନ ପଦକ୍ଷେପକୁ ଜାତିସଂଘ ଚାହିଁଲେ ଅଟକାଇଦେଇପାରିବ କି ବୋଲି ପ୍ରଶ୍ନ କଲେ ସୁପ୍ରିମକୋର୍ଟ, ଜାଣନ୍ତୁ ପୂରା ଘଟଣା…

8/08/2019 at 1:03 PM

ନୂଆଦିଲ୍ଲୀ ୮|୮: ଜମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ତୁରନ୍ତ ଶୁଣାଣି କରିବନାହିଁ ବୋଲି ଜଣାପଡିଛି । ଅପରପକ୍ଷରେ ମିଳିତ ଜାତିସଂଘ ଚାହିଁଲେ ଜମ୍ମୁକାଶ୍ମୀର ସଂପର୍କରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବଦଳାଇଦେଇପାରିବ ବୋଲି ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଛନ୍ତି ।

ସୂଚନାଯୋଗ୍ୟ ଯେ, ଜମ୍ମୁକାଶ୍ମୀରରୁ ୩୭୦ ଧାରାର ଉଚ୍ଛେଦ ଓ ପୁର୍ନଗଠନକୁ ବିରୋଧ କରି ସୁପ୍ରିମକୋର୍ଟର ବିଚାରପତି ଏନ.ବି. ରମନ୍ନାଙ୍କ ଖଣ୍ଡପୀଠରେ ଏକ ମାମଲା ଦାୟର ହୋଇଛି । ମାମଲା ଦାୟର ପରେ ଜଷ୍ଟିସ୍ ରମନ୍ନା କହିଛନ୍ତି ଯେ, ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ସହିତ ମାମଲା ସଂପର୍କରେ ଆଲୋଚନା ପରେ ଶୁଣାଣି ପାଇଁ ମାମଲାକୁ ତାଲିକାଭୁକ୍ତ କରାଯିବ । ଏହି ମାମଲା ଦାୟର ବେଳେ ଆଇନଜୀବୀ ଏମ.ଏଲ. ଶର୍ମା ଅଦାଲତଙ୍କୁ କହିଥିଲେ ଯେ, ଭାରତର ଏହି ନିଷ୍ପତ୍ତି ବିରୋଧରେ ପାକିସ୍ତାନ ମିଳିତ ଜାତିସଂଘରେ ଅପିଲ୍ କରିବ । ଓକିଲଙ୍କ ଏହି ସୂଚନା ପରେ ଜଷ୍ଟିସ୍ ରମନ୍ନା ସଂପୃକ୍ତ ଓକିଲଙ୍କୁ ପଚାରିଥିଲେ ଯେ, ଭାରତୀୟ ସମ୍ବିଧାନରେ ଏହି ପରିବର୍ତ୍ତନକୁ ମିଳିତ ଜାତିସଂଘ ଚାହିଁଲେ ଅଟକାଇଦେଇପାରିବ କି ? ଉତ୍ତରରେ ଆଇନଜୀବୀ ଏମ.ଏଲ. ଶର୍ମା କହିଥିଲେ ଯେ, ଏଭଳି କୌଣସି ନିୟମ ନାହିଁ ।

ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ମାମଲାରେ କୁହାଯାଇଛି ଯେ, ସମ୍ବିଧାନର ୩୬୭ ଧାରାକୁ ସଂଶୋଧନ କରିବା ସଂପୂର୍ଣ୍ଣ ଅସମ୍ବିଧାନିକ । ୩୭୦ ଧାରାକୁ ଉଚ୍ଛେଦ କରିବା ସଂପୂର୍ଣ୍ଣ ଭାବେ ଏକଚାଟିଆ କାରବାର । ଏହି ମାମଲା ବ୍ୟତୀତ ଆଉ ଏକ ଆବେଦନ ମଧ୍ୟ ସୁପ୍ରିମକୋର୍ଟରେ ଦାଖଲ ହୋଇଛି । ଏହି ଆବେଦନରେ ଜମ୍ମୁକାଶ୍ମୀରରୁ ତଚୁରନ୍ତ କର୍ଫ୍ୟୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଅଦାଲତଙ୍କୁ ନିବେଦନ କରାଯାଇଛି ।

ଜମ୍ମୁକାଶ୍ମୀରରୁ ୩୭୦ ଧାର ଉଚ୍ଛେଦ ଏବଂ ଜମ୍ମୁକାଶ୍ମୀରର ପୁର୍ନଗଠନ ପ୍ରକ୍ରିୟା ପୂର୍ବରୁ ଜମ୍ମୁକାଶ୍ମୀରରେ ସରକାର ବ୍ୟାପକ ସୈନ୍ୟ ମୁତୟନ କରିବା ସହ କର୍ଫ୍ୟୁ ଜାରି କରିଥିଲେ ।

   Related Posts