ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଲେ ସୁପ୍ରିମକୋର୍ଟ , ମହିଳା ଅଧିକାରୀଙ୍କୁ ସେନାରେ ମିଳିବ ସ୍ଥାୟୀ କମିଶନ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୦୧: ସେନାରେ ସ୍ଥାୟୀ କମିଶନ ପାଇବାରୁ ବଞ୍ଚିତ ହେଉଥିବା ମହିଳା ଅଧିକାରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ନିଷ୍ପତ୍ତି ଶୁଣାଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମୋହର ମାରି କୋର୍ଟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ୨୦୧୦ରେ ଦିଲ୍ଲୀ ହାଇକୋର୍ଟରେ ବିଜୟୀ ହେବା ପରେ ମଧ୍ୟ ମହିଳା ଅଧିକାରୀଙ୍କୁ ସରକାରଙ୍କ ତରଫରୁ ସେମାନଙ୍କ ହକ୍ ମିଳିନଥିଲା। ଏବେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ମିଳିବ। କମାଣ୍ଡ ପୋଷ୍ଟିଂ ମଧ୍ୟ ମିଳିପାରିବ।

{"id":224620,"sizeSlug":"large"}

ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ଜଷ୍ଟିସ ରସ୍ତୋଗୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସେନାରେ ମହିଳା ଅଧିକାରୀଙ୍କ ନିଯୁକ୍ତିକୁ ବିକାଶର ଏକ ପ୍ରକ୍ରିୟା ବୋଲି କହିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବେ ନାହିଁ ବୋଲି କହିଥିଲେ।

{"id":225445,"sizeSlug":"large"}

କୋର୍ଟ କହିଛନ୍ତି ଯେ, ସମସ୍ତ ନାଗରିକଙ୍କୁ ସମାନତା, ଲିଙ୍ଗଗତ ସମାନତା ଆଧାରରେ ସେନାରେ ମହିଳାଙ୍କ ଯୋଗଦାନ ଅନେକଙ୍କୁ ପ୍ରେରଣା ଦେବ। ମହିଳାଙ୍କ ଶାରୀରିକ ବିଶେଷତାକୁ ନେଇ କେନ୍ଦ୍ର ସରକାରଙ୍କ ମତକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେନ୍ଦ୍ର ଦୃଷ୍ଟିକୋଣ ଓ ମାନସିକତାରେ ପରିବର୍ତ୍ତନ କରାଯାଉ । ୩୦ ପ୍ରତିଶତ ମହିଳା ବାସ୍ତବରେ ଅଧିକ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ହୋଇଛନ୍ତି। ମହିଳା ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି। କୋର୍ଟ କ୍ୟାପ୍ଟେନ୍ ତାନିଆ ସେରଗିଲଙ୍କ ଉଦାହରଣ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.