ସରକାରୀ ଚାକିରୀରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଜରୁରୀ ନୁହେଁ : ସୁପ୍ରିମକୋର୍ଟ

Published By : Prameya-News7 Bureau | September 26, 2018 IST

ନୂଆଦିଲ୍ଲୀ ୨୬|୯: ସରକାରୀ ଚାକିରିରେ ପଦୋନ୍ନତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ସଂରକ୍ଷଣ ନେଇ ସୁପ୍ରିମ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ରାଜ୍ୟ ସରକାର ଏହା ଉପରେ ନିଷ୍ପତ୍ତି ନେଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ନରିମନ୍ କହିଛନ୍ତି ନାଗରାଜ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଠିକ୍ ଅଛି । ଏହାର ପୁର୍ନବିଚାରର ଆବଶ୍ୟକତା ନାହିଁ । ତେଣୁ ଏହି ମାମଲାରେ ୭ଜଣିଆ ଖଣ୍ଡପୀଠ ବିଚାର କରିବାର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ପରିସଂଖ୍ୟାନ ଅନୁସାରେ ପଦୋନ୍ନତି ଦିଆଯିବ କି ନାହିଁ ତାହା ରାଜ୍ୟ ସରକାର ବିଚାର କରି ନିଷ୍ପତ୍ତି ନେଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୨୦୦୬ ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସରକାରୀ ଚାକିରୀରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ନେଇ କେତେକ ସର୍ତ୍ତ ସହ ଏହାକୁ ସଠିକ୍ ବୋଲି କହିଥିଲେ । ହେଲେ ୧୨ ବର୍ଷ ପରେ ଏନେଇ ରାଜ୍ୟ ସରକାର କି କେନ୍ଦ୍ର ସରକାର କୌଣସି ପରିସଂଖ୍ୟାନ ଦାଖଲ କରିପାରିନଥିଲେ । ଫଳରେ ରାଜ୍ୟ ସରକାର ଦେଇଥିବା ପଦୋନ୍ନତିରେ ବୈଧତା ରହିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.