AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ନୋଟ୍‌ବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା ନା ଭୂଲ୍ ? ସୋମବାର ସୁପ୍ରିମକୋର୍ଟରେ ସର୍ବୋଚ୍ଚ ଶୁଣାଣି

2/01/2023 at 10:19 AM

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୋଟବନ୍ଦୀ ନିଷ୍ପତ୍ତି ଠିକ୍ ଥିଲା ନା ଭୂଲ୍ ? ଏନେଇ ସୋମବାର ସୁପ୍ରିମକୋର୍ଟ ରାୟ ଶୁଣାଇବେ । ୫୮ଟି ଯାଚିକାର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତଙ୍କ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ। ରାୟ ଆସିବା ପୂର୍ବରୁ କୋର୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ବିଜେପି କେନ୍ଦ୍ରରେ ସରକାର ଗଢ଼ିବା ପରେ ୨୦୧୬ ନଭେମ୍ବର ୮ ତାରିଖରେ ନୋଟବନ୍ଦୀ ଘୋଷଣା କରିଥିଲେ । ଏଥିରେ ୧୦୦୦ ଟଙ୍କିଆ ଓ ୫୦୦ ଟଙ୍କିଆକୁ ଅଚଳ କରି ଦିଆଯାଇଥିଲା । ନିଜ କଷ୍ଟ ଅର୍ଜିତ ଧନକୁ ବଦଳାଇବାକୁ ବ୍ୟାଙ୍କ ଓ ଏଟିଏମ ସାମ୍ନାରେ ଲମ୍ବା ଲାଇନ୍ ଲଗାଇଥିଲେ ଲୋକ । ନୋଟବନ୍ଦୀ ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଅଧିକାଂଶ ଲୋକ । ସର୍ବୋଚ୍ଚ ଅଦାଲତରେ ମୋଟ୍ ୫୮ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା  । ଯାହାର ଶୁଣାଣି ୨୦୨୩ ଜାନୁଆରୀ ୨ ତାରିଖ ଅର୍ଥାତ୍ ଆଜି  ହେବ । ଜଷ୍ଟିସ୍ ଅବଦୁଲ ନାଜିରଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇବେ।

ଜଷ୍ଟିସ୍ ଅବଦୁଲ ନାଜିରଙ୍କ ଅବସର ପୂର୍ବରୁ ନୋଟବାନ୍ଦୀ ରାୟ ଶୁଣାଣି କରିବେ । ଡିସେମ୍ବର ୭ତାରିଖରେ ଜଷ୍ଟିସ୍ ଅବଦୁଲ ନାଜିର, ଜଷ୍ଟିସ୍ ବି.ଆର୍ ଗଓ୍ବଇ, ଜଷ୍ଟିସ୍ ଏ.ଏସ୍ ବୋପନ୍ନା, ଜଷ୍ଟିସ୍ ବି. ସୁଭ୍ରମଣ୍ୟମ୍ ଏବଂ ଜଷ୍ଟିସ୍ ବି.ବି. ନାଗରତ୍ନ ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣି ରାୟ ସଂରକ୍ଷିତ ରଖିଥିଲେ । ଅନ୍ୟପଟେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ ସମସ୍ତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।   

ଅଦାଲତରେ ଯୁକ୍ତି ସମୟରେ କେନ୍ଦ୍ର ସରକାରଙ୍କ ନୋଟବନ୍ଦୀକୁ ଏକ ସୁବିଚାରିତ ନିର୍ଣ୍ଣୟ ବୋଲି କହିଥିଲେ । କଳାଧନ, ଟେରର୍ ଫଣ୍ଡିଂ ଓ ଟାକ୍ସ ଚୋରିକୁ ରୋକିବା ପାଇଁ ଏହା ଏକ ବଡ଼ ରଣନୀତି ଥିଲା ବୋଲି କେନ୍ଦ୍ର ସରକାରଙ୍କ ଆଇନଜୀବୀ କହିଥିଲେ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସମସ୍ତ ଦସ୍ତାବିଜକୁ ଖାରଜ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ନେତା ପି ଚିତାମ୍ବରମ୍ ସ୍ବାମୀ । ନକଲି ମୁଦ୍ର ଓ କଳାଧାନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅନ୍ୟ ବିକଳ୍ପ ପନ୍ଥା ଯାଞ୍ଚ କରିନଥିଲେ ବୋଲି ତର୍କ ଦେଇଥିଲେ ।

   Related Posts