ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମ କୋର୍ଟରେ ଶୁଣାଣି : ଆଜି ଆସିପାରେ ଗୁରୁତ୍ବପୂର୍ଣ୍ଣ ରାୟ

Published By : Prameya-News7 Bureau | March 02, 2020 IST

ନୂଆଦିଲ୍ଲୀ ୦୨।୦୩ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି । ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନେଇ ୨୩ଟି ଆବେଦନ କରାଯାଇଛି । ତେବେ ଧାରା ଉଚ୍ଛେଦ ମାମଲା ସୁପ୍ରିମକୋର୍ଟର ବଡ ବେଞ୍ଚକୁ ପଠାଯିବ କି ବର୍ତ୍ତମାନ ବେଞ୍ଚ କରିବା । ତେନେଇ ଆଜି ରାୟ ଶୁଣାଇବେ ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ୫ଜଣିଆ ବେଞ୍ଚ ଏହି ମାମଲାରୁ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ତେବେ ସୋମବାର ଦିନ ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ ।

ଗତବର୍ଷ ୫ଅଗଷ୍ଟ ଦିନ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହା ସହିତ ବିଶେଷ ରାଜ୍ୟର କ୍ଷମତା ମଧ୍ୟ ଶେଷ କରିଦେଇଥିଲେ । ଧାରା ୩୭୦ ହଟାଇବା ସହ ଜାମ୍ମ-କାଶ୍ମୀର ଓ ଲଦାଖକୁ ଦୁଇଟି ଭିନ ଭିନ୍ନ କେନ୍ଦ୍ରଶାସିତ ରାଜ୍ୟ ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଧାରା ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧକୁ ଡଜେନରୁ ଅଧିକ ଆବେଦନ କରାଯାଇଛି । ଏବଂ ଏହି ମାମଲାକୁ ଏକ ବଡ ବେଞ୍ଚକୁ ପଠାଇବା ପାଇଁ ଦାବି ମଧ୍ୟ କରାଯାଇଛି । ତେବେ ଏହି ଆବେଦନର ଶୁଣାଣି ସମୟରେ ଜଷ୍ଟିସ୍‌ ରମ୍‌ନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ବେଞ୍ଚ ଶୁଣାଣି କରିଥିଲେ । ୨୩ ଜାନୁଆରୀରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ମାନ୍ୟବର କୋର୍ଟ । ସେପଟେ କେନ୍ଦ୍ର ସରକାର ଏହି ଆବେଦନକୁ ବିରୋଧ କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଜାମ୍ମୁ-କାଶ୍ମୀରର ଅବସ୍ଥା ସୁଧାରିବା ପାଇଁ ଧାରା ୩୭୦ହଟାଇବା ଏକମାତ୍ର ବିକଳ୍ପ ଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କ ଦଲିଲ୍‌ ଶୁଣିଥିଲେ । ଏବଂ ବଡ ବେଞ୍ଚକୁ ମାମଲା ପଠାଇବା ପ୍ରସଙ୍ଗରେ ଶୁଣାଣି ନେଇ ରାୟ ସଂରକ୍ଷିତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.