ଆମକୁ ନିଜର 'ଲକ୍ଷ୍ମଣରେଖା' ଜଣା ଅଛି, ତଥାପି ନୋଟ୍‌ବନ୍ଦୀ ମାମଲାର ଶୁଣାଣି କରାଯିବ: ସୁପ୍ରିମକୋର୍ଟ

Published By : Prameya-News7 Bureau | October 12, 2022 IST

ନୂଆଦିଲ୍ଲୀ: ୨୦୧୬ରେ ହୋଇଥିବା ନୋଟବନ୍ଦୀର ସାମ୍ବିଧାନିକ ବୈଧତାକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଏବଂ ଆରବିଆଇକୁ ବିସ୍ତୃତ ଭାବେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତିା। ମାମଲାର ଶୁଣାଣି ବେଳେ ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନ୍ୟାୟପାଳିକା ନିଜର ଲକ୍ଷ୍ମଣରେଖା ବିଷୟରେ ବେଶ ଭଲଭାବେ ଅବଗତ ଅଛନ୍ତି। ୨୦୧୬ରେ କେନ୍ଦ୍ର ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବରରେ କରିବାକୁ ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି।

ଉଚ୍ଚତମ ନ୍ୟାୟାଳୟ ମାମଲାର ଶୁଣାଣି ବେଳେ ବୁଧବାର କହିଛନ୍ତି, ସେ ସରକାରଙ୍କ ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଉପରେ ନିଜର ଲକ୍ଷ୍ମଣରେଖା ବିଷୟରେ ଅବଗତ ଅଛନ୍ତି। ଏସଏ ନଜିରଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି, ସାମ୍ବିଧାନିକ ପୀଠ ସାମ୍ନାରେ କୌଣସି ପ୍ରସଙ୍ଗ ଉଠିଲେ, ଏହାର ଜବାବ ଦେବା ପୀଠର କର୍ତ୍ତବ୍ୟ ଅଟେ। ଆମକୁ ନିଜର କାମ କରିବାକୁ ପଡିବ।

ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କହିଛନ୍ତି, ଯେ ପର୍ଯ୍ୟନ୍ତ ନୋଟବନ୍ଦୀ ଉପରେ ଆକ୍ଟକୁ ଉଚିତ୍ ପ୍ରକ୍ରିୟାରେ ଚ୍ୟାଲେଞ୍ଜ କରାଯାଇ ନାହିଁ ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବାଧ୍ୟତାମୂଳକ ଭାବେ ବିଭାଗୀୟ ନିଷ୍ପତ୍ତି ଧରାଯାଉ। ବିମୁଦ୍ରୀକରଣ ଅଧିନିୟମ ୧୯୭୮ରେ କିଛି ମୂଲ୍ୟର ନୋଟ୍‌ର ବିମୁଦ୍ରୀକରଣ ଜନହିତକୁ ଦୃଷ୍ଟିରେ ରଖି ପାରିତ କରାଯାଇଥିଲା। ଯଦ୍ଵାରା ଅର୍ଥବ୍ୟବସ୍ଥା ପାଇଁ ହାନୀକାରକ ଅବୈଧ ନେଣଦେଣ ଉପରେ ରୋକ୍ ଲାଗିବ ଏବଂ ଏହାର ଯାଞ୍ଚ କରାଯାଇ ପାରିବ।

ସୁପ୍ରିମକୋର୍ଟ କହିଛନ୍ତି ନୋବଟନ୍ଦୀ ଘୋଷଣା ଏକ ବିଭାଗୀୟ ନିଷ୍ପତ୍ତି ଥିଲା କି ନାହିଁ ମାମଲାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। କାରଣ ଏଥିରେ ଦୁଇ ପକ୍ଷ ସହମତି ନାହାନ୍ତି। ପ୍ରସଙ୍ଗରେ ନିର୍ଯ୍ୟାସରେ ପହଞ୍ଚିବା ଲାଗି ଆମକୁ ଶୁଣାଣି କରିବାକୁ ପଡିବ। ପୀଠ ଏହା ମଧ୍ୟ କହିଛନ୍ତି, ଆମର ଲକ୍ଷ୍ମଣରେଖା ବିଷୟରେ ବେଶ ଭଲ ଭାବେ ଅବଗତ ଅଛୁ। ମାତ୍ର ଯେଉଁ ପ୍ରକ୍ରିୟାରେ ଦେଶରେ ନୋଟବନ୍ଦୀ ଲାଗୁ କରାଗଲା ଏହାର ଯାଞ୍ଚ ତ ହେବା ଉଚିତ୍। ଆମକୁ ଆବେଦକାରୀଙ୍କ ପକ୍ଷ ଶୁଣିବାକୁ ପଡିବ। କେନ୍ଦ୍ର ସରକାରଙ୍କୁ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଏମିତି ପ୍ରସଙ୍ଗରେ ଅଦାଲତଙ୍କ ସମୟ ବର୍ବାଦ କରିବା ଉଚିତ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.