ପ୍ରଧାନମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ପ୍ରସଙ୍ଗ: ପୱନ ଖେଡ଼ାଙ୍କ ଯାଚିକା ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Published By : Prameya-News7 Bureau | October 16, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ମାମଲା। କଂଗ୍ରେସ ନେତା ପଓ୍ବନ ଖେଡ଼ାଙ୍କ ଯାଚିକା ଉପରେ ଶୁଶାଣି କରିବେ ସୁପ୍ରିମକୋର୍ଟ। ଅପରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଆଲାହାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରୁଥିବା ଖେଡ଼ାଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ।

ଏହା ସହ ସୁପ୍ରିମକୋର୍ଟ ବିଚାରପତି ବି ଆର ଗଭଇ ଏବଂ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠ, ଆଲାହାବାଦ ହାଇକୋର୍ଟଙ୍କ ଦ୍ବାରା ଅଗଷ୍ଟ ୧୭​‌ରେ ଦେଇଥିବା ଆଦେଶକୁ ଚାଲେଞ୍ଜ ଦେଉଥିବା ଖୋଡ଼ାଙ୍କ ଯାଚିକା ଉପରେ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି । ଖେଡ଼ାଙ୍କ ତରଫରୁ ଉପସ୍ଥିତ ବରିଷ୍ଠ ଓକିଲ ଅଭିଷେକ ସିଂଘବୀ ପୀଠକୁ କହିଥିଲେ ଯେ, ମାମଲାରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଯାଉ। ଏହା ପରେ ପୀଠ ଅନ୍ତରୀଣ ଆଶ୍ବସ୍ତି ଉପରେ ନୋଟିସ୍ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟରୁ ବାହାରିଲେ ପୱନ ଖେଡ଼ା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାମିନ ଦେଲେ ଦ୍ୱାରକା ନ୍ୟାୟାଳୟ

ସୂଚନାଥାଉକି, ଅଗଷ୍ଟ ୧୭ରେ ହାଇକୋର୍ଟ ଖେଡ଼ାଙ୍କ ସମନ ଆଦେଶ ଉପରେ ଯାଚିକାକୁ ରଦ୍ଦ କରିବାକୁ ଦାବି କରିଥିଲେ ଯାହାକୁ ଖାରଜ କରିଥିଲେ। ଏହା ପୂର୍ବରୁ ମାର୍ଚ୍ଚ ୨୦ରେ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ନରେନ୍ଦ୍ର ଗୌତମ ଦାସ ମୋଦୀ’ କହିବା ମାମଲାରେ ଆସାମ ଏବଂ ଉତ୍ତର ପ୍ରଦେଶରେ ଖେଡ଼ାଙ୍କ ବିରୋଧରେ ରୁଜୁ ତିନି ଏଫଆଇଆରକୁ ଯୋଡ଼ି ଦେଇଥିଲେ। କୋର୍ଟ ତାଙ୍କର ଅନ୍ତରୀଣ ଜାମିନ୍‌ ଅବଧିକ ବଢ଼ାଇବା ସହ ମାମଲାକୁ ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ୍‌ ଷ୍ଟେସନରେ ସ୍ଥାନାନ୍ତରିତ କରିଥିଲେ।

ଏହି ମାମଲାରେ ଲକ୍ଷ୍ନୌ କୋର୍ଟ ତାଙ୍କୁ ଜାମିନ୍‌ ଦେଇଥିଲେ। କଥିତ ଟିପ୍ପଣୀ ପାଇଁ ଖେଡ଼ା ଅଦାଲତରେ ବିନା ସର୍ତ୍ତରେ କ୍ଷମା ମାଗିଥିଲେ । ଉଲ୍ଲେଖଯୋଗ୍ୟ, କଂଗ୍ରେସ ମୁଖପାତ୍ରଙ୍କୁ ଫେବ୍ରୂଆରୀ ୨୩ରେ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ପରେ ସମୟ ସମୟରେ ତାଙ୍କର ଜାମିନ୍‌ ଅବଧି ବଢ଼ାଯାଇଛି। ଖେଡ଼ାଙ୍କୁ ଫେବ୍ରୁଆରୀ ୧୭ରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ପିଏମ ମୋଦୀଙ୍କ ବିରୋଧରେ କରାଯାଇଥିବା ଟିପ୍ପଣୀ ବାବଦରେ ଆସାମ ପୋଲିସ୍‌ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ଘୃଣା ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏହା ଅସହଯୋଗ ଆନ୍ଦୋଳନ: ପୱନ ଖେରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.