Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୨୦୦ କୋଟିର ଜରିମାନା ମାମଲା; ସୁପ୍ରିମକୋର୍ଟରୁ ଗୁଗଲକୁ ମିଳିଲାନି ଆଶ୍ୱସ୍ତି, ଜାନୁଆରୀ ୧୮ରେ ପରବର୍ତ୍ତି ଶୁଣାଣି

16/01/2023 at 7:14 PM

ନୂଆଦିଲ୍ଲୀ: ଟେକ୍ କମ୍ପାନି ଗୁଗଲକୁ ଶୁକ୍ରବାର ଏକ ବଡ଼ ଝଟକା ଲାଗିଛି । ସିସିଆଇର ନିଷ୍ପତ୍ତି ବିରୋଧରେ ଦାଏର ଯାଚିକା ଉପରେ ଅନ୍ତରିଣ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଏବେ ଏହି ପୂରା ମାମଲା ଉପରେ ଜାନୁଆରୀ ୧୮ରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ଉଲ୍ଲେଖଯୋଗ୍ୟ ଯେ, ମୋବାଇଲ ଇକୋସିଷ୍ଟମରେ ନିଜର ଉପସ୍ଥିତିର ଦୁରୁପଯୋଗ ନେଇ ଭାରତୀୟ ପ୍ରତିଦ୍ୱନ୍ଦ୍ୱିତା ଆୟୋଗ (ସିସିଆଇ) ଗୁଗଲ ଉପରେ ଜରିମାନା ଲାଗୁ କରିଥିଲା । ସୁପ୍ରିମକୋର୍ଟକୁ ଆସିବା ପୂର୍ବରୁ କମ୍ପାନି ଏଲସିଏଏଟିରେ ଅପିଲ୍ କରିଥିଲା ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧିନ ତିନି ଜଣିଆ ଖଣ୍ଡପୀଠ ଗୁଗଲର ପକ୍ଷ ରଖୁଥିବା ଆଇନଜୀବୀ ଏମ ସିଙ୍ଘଭିଙ୍କୁ ସ୍ପଷ୍ଟ କରିବାକୁ କହିଥିଲେ ଯେ ୟୁରୋପର ମାନଦଣ୍ଡକୁ ଭାରତରେ ଲାଗୁ କରାଯାଇ ପାରିବ କି ନାହିଁ । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗୁଗଲର ଆଇନଜୀବୀ ସିଙ୍ଘଭି ଏହାକୁ ଏଜେଣ୍ଟ କେସ୍ ଭାବେ ଶୁଣାଣି କରିବାକୁ ଅପିଲ କରିଥିଲେ ।

ସିସିଆଇ ଗତ ବର୍ଷ ଅକ୍ଟୋବର ମାସରେ ଗୁଗଲ ଉପରେ ନିୟମ ଉଲ୍ଲଂଘନର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି କମ୍ପାନି ଉପରେ ୨୨୦୦ କୋଟି ଟଙ୍କାର ଜରିମାନା ଲଗାଇଥିଲା । ଏଥରୁ ୧,୩୩୭.୭୬ କୋଟି ଟଙ୍କା ଆଣ୍ଡ୍ରଏଡ୍ ପ୍ରଣାଳୀରେ ନିଜ ଉପସ୍ଥିତିର ଦୁରୁପଯୋଗ ଏବଂ ୯୩୬ କୋଟି ଟଙ୍କାର ଜରିମାନା ପ୍ଲେ ଷ୍ଟୋର ସହ ଜଡିତ ନୀତିକୁ ନେଇ ଲଗାଇଥିଲା ।

   Related Posts