ଆଜି ସୁପ୍ରିମକୋର୍ଟରେ ରାଫେଲ ଯୁଦ୍ଧ ବିମାନ ସମ୍ପର୍କିତ ୩ଟି ଜନସ୍ବାର୍ଥ ମାମଲାର ହେବ ଶୁଣାଣି
10/10/2018 at 11:30 AM

ନୂଆଦିଲ୍ଲୀ ୧୦|୧୦: ବହୁଚର୍ଚ୍ଚିତ ରାଫେଲ ଯୁଦ୍ଧବିମାନ କାରବାର ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ରଫେଲ ଯୁଦ୍ଧ ବିମାନ କ୍ରୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରକାଶ ସହିତ ୟୁପିଏ ଏବଂ ଏନଡିଏ ସମନୟରେ ଏ ନେଇ ନିର୍ଦ୍ଧାରିତ ମୂଲ୍ୟର ସମସ୍ତ ଚିଠା ସାର୍ବଜନୀନ କରିବାକୁ ପିଟିସନ ଦାଖଲ ହୋଇଥିଲା । ଏହା ସହ ୩୬ଟି ରାଫେଲ ବିମାନ କ୍ରୟରେ ଦୁର୍ନୀତି ହୋଇଥିବାରୁ ଏହା ଉପରେ ରହିତାଦେଶ ଲାଗୁ କରିବାକୁ ମଧ୍ୟ ଅପିଲ ହୋଇଛି । ଏ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ।