ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲା : ଆସନ୍ତା ୧୮ ସୁଦ୍ଧା ମଧ୍ୟସ୍ଥତା ପ୍ୟାନେଲକୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ
11/07/2019 at 1:52 PM

ନୂଆଦିଲ୍ଲୀ ୧୧|୭: ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାରେ ମଧ୍ୟସ୍ଥତା ଉପରେ ରୋକ ଲଗାଇବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି । ଜୁଲାଇ ୧୮ ସୁଦ୍ଧା ମଧ୍ୟସ୍ଥତା ପ୍ୟାନେଲକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ । ଜୁଲାଇ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।କୋର୍ଟରେ ମାମଲାର ନିୟମିତ ଶୁଣାଣି ହେବ ନା ନାହିଁ ସେହିଦିନ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ମାମଲାର ସମାଧାନ ଲାଗି ସୁପ୍ରିମକୋର୍ଟ ଯେଉଁ ମଧ୍ୟସ୍ଥତା କମିଟି ଗଠନ କରିଥିଲେ, ତାହା କାମ କରୁନଥିବା ନେଇ ଆବେଦନ ହୋଇଥିଲା । ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିଥିଲେ । ଗତ ମାର୍ଚ୍ଚ ୮ ତାରିଖରେ ମାମଲାର ସମାଧାନର ସୂତ୍ର ବାହାର କରିବା ପାଇଁ ଏକ ତିନି ଜଣିଆ କମିଟି ଗଠନ କରିଥିଲେ ସର୍ବୋଚ୍ଚ ନ୍ୟାୟଳୟ । କମିଟି ଗଠନ କରିବା ସହ ଏହାର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଜଷ୍ଟିସ ଖଲିଫୁଲ୍ଲାହଙ୍କୁ ନିଯୁକ୍ତ କରାଯାଇଥିଲା । ଏହି ମଧ୍ୟସ୍ଥି ମଣ୍ଡଳୀରେ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ଶ୍ରୀରାମ ପଞ୍ଚୁଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।