ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ସୁପ୍ରିମକୋର୍ଟଙ୍କୁ ମିଳିବେ ୫ ନୂଆ ଜଜ୍‌, କଲେଜିୟମଙ୍କ ସୁପାରିଶ ପରେ ସରକାରଙ୍କ ମୋହର

3/02/2023 at 2:19 PM

ନୂଆଦିଲ୍ଳୀ, ୦୩/୦୨: ଖୁବଶୀଘ୍ର ସୁପ୍ରିମକୋର୍ଟକୁ ୫ ନୂଆ ବିଚାରପତି ମିଳିବାକୁ ଯାଉଛି। ଏନେଇ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟ ବେଞ୍ଚକୁ ଏହି ସୂଚନା ଦିଆଯାଇଛି। ଏହି ନିଯୁକ୍ତି ଉପରେ ରବିବାର ସୁଦ୍ଧା ମୋହର ଲାଗିବା ନେଇ ଜଣାଇଛନ୍ତି ଆଟର୍ଣ୍ଣୀ ଜେନେରାଲ୍। ଏହି ୫ ଜଜ୍‌ଙ୍କ ମଧ୍ୟରେ ଜଷ୍ଟିସ୍‌ ପଙ୍କଜ ମିତ୍ତଲ, ସଞ୍ଜୟ କରୋଲ, ପିଭି ସଞ୍ଜୟ କୁମାର, ଅହସାନୁଦ୍ଦୀନ ଅମାନୁଲ୍ଲାହ ଏବଂ ମନୋଜ ମିଶ୍ରା ଅଛନ୍ତି। ଏମାନଙ୍କ ମଧ୍ୟରୁ ତିନି ବିଚାରପତି ହାଇକୋର୍ଟର ମୁଖ୍ୟ ବିଚାରପତି ରହିଛନ୍ତି ଏବଂ ଅନ୍ୟ ଦୁଇଜଣ ହାଇକୋର୍ଟରେ ବିଚାରପତି ଅଛନ୍ତି। ଗତ ବର୍ଷ ୧୩ ଡିସେମ୍ବରରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ଜଜ୍‌ଙ୍କ ନାମକୁ ସୁପାରିଶ କରିଥିଲେ।

ପଙ୍କଜ ମିତ୍ତଲ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ସଞ୍ଚୟ କରୋଲ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ସେହିଭଳି ପିଭି ସଞ୍ଚୟ କୁମାର ମଧ୍ୟ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ରହିଛନ୍ତି। ଜଷ୍ଟିସ୍‌ ଅହସାନୁଦ୍ଦିନ ଅମାନୁଲ୍ଲାହ ପାଟଣା ହାଇକୋର୍ଟରେ ବିଚାରପତି ଅଛନ୍ତି ଏବଂ ମନୋଜ ମିଶ୍ରା ବର୍ତ୍ତମାନ ଆଲାହାବାଦ ହାଇକୋର୍ଟର ବିଚାରପତି ଅଛନ୍ତି।

ସରକାରଙ୍କ ତରଫରୁ ଖୁବଶୀଘ୍ର ଏହି ନାଁକୁ ମଞ୍ଜୁର କରାଯାଇପାରେ। ଏହି ଜଜ୍‌ଙ୍କ ଶପଥ ନେବା ସହ ସୁପ୍ରିମକୋର୍ଟରେ ଜଜ୍‌ଙ୍କ ସମୁଦାୟ ସଂଖ୍ୟା ୩୨ ହୋଇଯିବ। ସୁପ୍ରିମକୋର୍ଟରେ ଜଜ୍‌ଙ୍କ ସମୁଦାୟ ସଂଖ୍ୟା ୩୪ ପଦ ରହିଛି ଯେଉଁଥିରେ ଏବେ ୨୭ ପଦରେ ନିଯୁକ୍ତ ରହିଛି। ଏହା ପୂର୍ବରୁ ୩୧ ଜାନୁଆରୀରେ ସୁପ୍ରିମକୋର୍ଟ କଲେଜିୟମ ଆଉ ଦୁଇ ନାମକୁ ସୁପ୍ରିମକୋର୍ଟକୁ ପଠାଇବାକୁ ନେଇ ସୁପାରିଶ କରିଥିଲେ ସୁପ୍ରିମକୋର୍ଟ। ଏଥିରେ ଆଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଏବଂ ଗୁଜରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଅରବିନ୍ଦ କୁମାର ସାମିଲ୍ ହୋଇଛି।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ କଲେଜିୟମ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅନେକ ଦିନରୁ ବିବାଦ ଦେଖାଦେଇଛି। ଅନକେ ଥର ଆଇନ ମନ୍ତ୍ରୀ କିରଣ ରିଜିଜୁ କଲେଜିୟମ ସିଷ୍ଟମ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହାକୁ ଅଣ ସମ୍ବିଧାନିକ ବୋଲି କହିଛନ୍ତି। କିରଣ ରିଜୁଜୁ କହିଥିଲେ ସମ୍ବିଧାନରେ କେଉଁଠି ମଧ୍ୟ ଜଜ୍‌ଙ୍କ ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥାର ଉଦାହରଣ ଦିଆଯାଇନାହିଁ।

ଏମିତି​‌ରେ ୪ ଜଜ୍‌ଙ୍କ ନିଯୁକ୍ତି ଉପରେ ସରକାରଙ୍କ ମୋହର ଲଗାଇବା ଗୁରୁତ୍ବପୂର୍ଣ୍ଣ। ଗୁରୁବାର ମଧ୍ୟ କିରନ ରିଜିଜୁ ରାଜ୍ୟସଭାରେ କହିଥିଲେ ଯେ ଆମେ ଚାହୁଛୁ ହାଇକୋର୍ଟରେ ଜଜ୍‌ଙ୍କ ନିଯୁକ୍ତିରେ ସାମାଜିକ ବିବିଧତାର ଧ୍ୟାନ ରଖଯାଉ। ଦଳିତ, ଆଦିବାସୀଙ୍କ ବ୍ୟତୀତ ଅଳ୍ପସଂଖ୍ୟକ ଏବଂ ମହିଳା ବର୍ଗଙ୍କ ଜଜ୍‌ଙ୍କୁ ମଧ୍ୟ ସାମିଲ୍ କରାଯାଉ।

   Related Posts