ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ମଳିଲାନି ଆଶ୍ବସ୍ତି
21/08/2023 at 4:22 PM

ନୂଆଦିଲ୍ଲୀ, ୨୪/୦୮: ଶିକ୍ଷକ ନିଯୁକ୍ତିରେ ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା । ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ଏବଂ ଇଡିର ପଚରାଉଚରାରୁ ଅନ୍ତରୀଣ ଆଶ୍ବସ୍ତି ଦେବାକୁ ମନା କରୁଥିବା କଲିକତା ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରୁଥିବା ପଶ୍ଚିମବଙ୍ଗ ସରକାରଙ୍କ ଯାଚିକା ଉପରେ ବିଚାର କରିବାକୁ ମନା କରିଛନ୍ତି।
ପ୍ରକୃତରେ ମମତା ବାନାର୍ଜୀଙ୍କ ପୁତୁରା ଏବଂ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ନିଯୁକ୍ତି ଘୋଟାଲା ମାମଲାରେ ସିବିଆଇ ଏବଂ ଇଡି ପଚରାଉଚରା କରିବାକୁ ଚାହୁଛି। କିନ୍ତୁ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ହାଇକୋର୍ଟ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଅନ୍ତରୀଣ ଜାମିନ୍ ମିଳିନଥିଲା। ଆଉ ହାଇକୋର୍ଟଙ୍କ ଆଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଆହୁରି ପଢ଼ନ୍ତୁ: ମମତା ସରକାରଙ୍କୁ ବଡ଼ ଝଟକା; ୩୬,୦୦୦ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କଲେ କଲିକତା ହାଇକୋର୍ଟ
କଲିକତା ହାଇକୋର୍ଟ ଇଡି ଏବଂ ସିବିଆଇକୁ ଘୋଟାଲା ମାମଲାରେ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ଦେଇଥିଲେ। ଜୁଲାଇରେ ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ସମୟରେ କହିଥିଲେ ଯେ, ଏଭଳି କୌଣସି ମାମଲାର ଯାଞ୍ଚକୁ ଅଟକାଇବେନାହିଁ, ଯାହାର ପ୍ରତିକୂଳ ପ୍ରଭାବ ପଡ଼ିବା ନେଇ ହାଇକୋର୍ଟ କହିଛନ୍ତି। ସିଜେଆଇ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଶୁଣାଣି ପରେ କହିଥିଲେ ଯେ, କଲିକତା ହାଇକୋର୍ଟ ବାନାର୍ଜୀଙ୍କ ଆବେଦନ ଉପରେ ବିସ୍ତୃତ ଭାବରେ ବିଚାର କରିଛନ୍ତି ଆଉ ଠିକ୍ ନିଷ୍କର୍ଷ ବାହାରିଛି ଇଡି ଯାଞ୍ଚ ରୋକାଯିବ ନାହିଁ।