oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଦୀପାବଳିରେ ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, କହିଲେ…

29/10/2021 at 9:11 PM

ନୂଆଦିଲ୍ଲୀ ୨୯/୧୦ :  ଆସୁଛି ଦୀପାବଳି । ସଜେଇ ହେଉଛି ପୁରା ଦେଶ । କିନ୍ତୁ କରୋନା ମହାମାରୀ କାରଣରୁ ଗତ ୨ ବର୍ଷ ହେଲା ଫିକା ପଡିଯାଉଛି ଦୀପାବଳି । ଚଳିତ ବର୍ଷ ଦିଓ୍ବାଲୀ ଉପରେ କଟକଣା ଜାରି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଜାରି କରିଥିବା କଟକଣାରେ ବାଣ ଫୁଟାଇବା ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ନାହିଁ । କେବଳ ବେରିୟମ କେମିକାଲରେ ତିଆରି ବାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଉତ୍ସବ ଆଳରେ ପ୍ରତିବନ୍ଧକ ଲଗାଯାଇଥିବା ବାଣ ଗୁଡିକର ବ୍ୟବହାର କରାଯାଇପାରିବ ନାହିଁ । କାରଣ ଏହା ଦ୍ବାରା ଅନ୍ୟମାନଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ତେଣୁ ଅନ୍ୟର ସ୍ବାସ୍ଥ୍ୟ ଉପରେ ଉତ୍ସବ ମନାଯାଇପାରିବ ନାହିଁ ।

ଜଷ୍ଟିସ୍ ଏମ୍‌ ଆର୍‌ ଶାହା ଏବଂ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ମୂଲ୍ୟରେ ଏହି ପର୍ବ ପାଳନ କରାଯାଇପାରିବ ନାହିଁ। ଉତ୍ସବ ନାଁରେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅଧିକାରକୁ ଉଲ୍ଲଂଘନ କରିବାକୁ ଦିଆଯାଇପାରିବ ନାହିଁ ଯାହା ଭାରତୀୟ ସମ୍ବିଧାନର ଧାରା ୨୧ରେ ଉଲ୍ଲେଖ ରହିଛି । ବିଶେଷ କରି ବରିଷ୍ଠ ନାଗରିକ ତଥା ଶିଶୁମାନଙ୍କ ଜୀବନ ସହ ଖେଳିବାକୁ ଦିଆଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ନାହିଁ କିନ୍ତୁ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ବିଶେଷକରି ବରିଷ୍ଠ ନାଗରିକ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ସେଭଳି ଆତସବାଜୀ ଉପରେ ରୋକ ଲଗାଯାଇଛି ।

   Related Posts