ପୁରୀ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଜବରଦଖଲ ଉଚ୍ଛେଦ ମାମଲା : ଦୁଇଟି ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | August 27, 2019 IST

ନୂଆଦିଲ୍ଲୀ ୨୭|୮: ପୁରୀ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଜବରଦଖଲ ଉଚ୍ଛେଦ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦୁଇଟି ଭିନ୍ନ ଭିନ୍ନ ମାମଲାକୁ ଖାରଜ କରିଛନ୍ତି । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ବୟାନକୁ ସଂଜ୍ଞାନକୁ ନେଇ ମାମଲାକୁ ଖାରଜ କରିଛନ୍ତି କୋର୍ଟ। ଜବରଦଖଲ ପ୍ରକ୍ରିୟା ଦାସ କମିଶନ ଅନୁସାରେ କରାଯାଇଛି। ଆଲୋଚନା ମାଧ୍ୟମରେ ନିଷ୍ପତି ନିଆଯାଇଛି। ଆଇନ ଅନୁସାରେ ସମସ୍ତଙ୍କୁ ଥଇଥାନ କରାଯିବ।

ଏହାକୁ ସଜ୍ଞାନକୁ ନେଇ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ଯେ, ଅମିକସ୍ କ୍ୟୁରୀ ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେତା ପୁରୀ ପରିଦର୍ଶନରେ ଯାଇ ସେଠାରେ ଆହୁରି କଣ ଉନ୍ନତି କରାଯାଇପାରିବ ତାହା ସମୀକ୍ଷା କରି କୋର୍ଟଙ୍କୁ ଅବଗତ କରିବେ। ସେପ୍ଟେମ୍ବର ୯ ଏବଂ ୧୦ରେ ୨ଜଣିଆ ଦଳ ପୁରୀ ଯିବେ ଏବଂ କୋର୍ଟଙ୍କୁ ରିପୋର୍ଟ ଦେବେ। ମାମଲାର ୧୭ ତାରିଖରେ ଶୁଣାଣି କରାଯିବ। ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.