ଆଦାନୀ-ହିଣ୍ଡେନବର୍ଗ ମାମଲାରେ ମିଡିଆ ରିପୋର୍ଟିଂ ଉପରେ ରୋକ୍ ଲଗାଇ ପାରିବୁ ନାହିଁ: ସୁପ୍ରିମକୋର୍ଟ

Published By : Prameya-News7 Bureau | February 24, 2023 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ସଂପର୍କରେ ଗଣମାଧ୍ୟମର ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି। ଏ ସଂକ୍ରାନ୍ତରେ ଦାଖଲ ଯାଚିକାକୁ ଖାରଜ କରି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଆମେ ଗଣମାଧ୍ୟମ ଉପରେ ରୋକ୍ ଲଗାଇ ପାରିବୁ ନାହିଁ। ଆମେ ମାମଲାରେ ନିଜର ନିଷ୍ପତ୍ତି ଶୁଣାଇବୁ। ଶୁକ୍ରବାର ଆଇନଜୀବୀ ଏମଏଲ ଶର୍ମାଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଏହା କହିଛନ୍ତି।

ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ କହିଛନ୍ତି, ଆମେ ଗଣମାଧ୍ୟମ ବିରୋଧରେ କୌଣସି ଆଦେଶ ଜାରି କରିବୁ ନାହିଁ। ଆମେ ତାହା କରିବୁ ଯାହା ଆମକୁ କରିବା ଉଚିତ୍। ଆମେ ମାମଲାକୁ ନେଇ ନିଜର ରାୟ ଶୁଣାଇବୁ। ଆଇନଜୀବୀ ଏମଏଲ ଶର୍ମା ନିଜ ଆବେଦନରେ ଦାବି କରିଥିଲେ, ହିଣ୍ଡେନବର୍ଗ ରିପୋର୍ଟର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ତରଫରୁ ଯେ ପର୍ଯ୍ୟନ୍ତ କମିଟି ଗଠନ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ମିଡିଆ ରିପୋର୍ଟିଂ ଉପରେ ରୋକ୍ ଲଗାଯାଉ। ଶର୍ମା କହିଥିଲେ, ଏହି ମାମଲାରେ କମିଟି ଗଠନ ହେବାର ଆବଶ୍ୟକତା ରହିଛି ଯିଏ ହିଣ୍ଡେନବର୍ଗ ରିପୋର୍ଟ ପଛରେ କୌଣସି ଷଡଯନ୍ତ୍ର  ହୋଇଛି କି ନାହିଁ ତାର ତଦନ୍ତ କରିବ।

wp:heading {"level":4}

ଏ ଖବର ପଢନ୍ତୁ- ଆଦାନୀ ବିବାଦରୁ ଏଲଆଇସିକୁ ବଡ଼ ଝଟକା, ବୁଡିଲାଣି ୫୦,୦୦୦ କୋଟି ଟଙ୍କା

/wp:heading

ଏହା ପରେ ବି ଗଣମାଧ୍ୟମରେ ଆଦାନୀ ଗ୍ରୁପକୁ ନେଇ ଲଗାତାର ଖବର ଚାଲିଛି। ଏମିତି ଖବରରେ ଲକ୍ଷାଧିକ ନିବେଶଙ୍କ ଉପରେ ପ୍ରଭାବ ପଡୁଛି। କୋର୍ଟଙ୍କ ଆଦେଶ ନ ଆସିବା ଯାଏଁ ମିଡିଆ ରିପୋର୍ଟିଂ ଉପରେ ରୋକ୍ ଲଗାଯିବା ଉଚିତ୍। ଆବେଦନକାରୀଙ୍କ ଯୁକ୍ତିକୁ ଖଣ୍ଡନ କରି ପ୍ରଧାନ ବିଚାରପତି କହିଛନ୍ତି, ଆମେ ନିଜର ଆଦେଶ ସଂରକ୍ଷିତ ରଖିଛୁ ଏବଂ ଏହାର ଶୁଣାଣି କରିବୁ। ଆପଣ ଉପରେ ଆପଣ ଉଚିତ୍ ତର୍କ ଦିଅନ୍ତୁ। ଆମେ ମିଡିଆ ଉପରେ ରୋକ୍ ଲଗାଇବୁ ନାହିଁ। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ କମିଟି ଗଠନ ଦାବିରେ ଦାଖଲ ଆବେଦନ ଉପରେ ଫେବୃଆରୀ ୧୭ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସେହି ସମୟରେ ସୁପ୍ରିମକୋର୍ଟ ନିଜର ରାୟ ସଂରକ୍ଷିତ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.