ଗୁଜରାଟ ୟୁନିଭର୍ସିଟି ମାନହାନୀ ମାମଲା: କେଜରିୱାଲ୍ଙ୍କ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
25/08/2023 at 4:17 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ବିବାଦକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ଆବେଦନ ଶୁଣିବାକୁ ମନା କରେ ସୁପ୍ରିମକୋର୍ଟ। ଗୁଜରାଟ ୟୁନିଭର୍ସିଟି ପକ୍ଷରୁ କେଜରିୱାଲଙ୍କ ବିରୋଧରେ ହୋଇଥିବା ମନହାନୀ ମକଦମାରେ କେଜରିୱାଲ୍ଙ୍କ ଆବେଦନ ଶୁଣିବାକୁ ମନା କଲେ ସପ୍ରିମକୋର୍ଟ। ଶୁକ୍ରବାର(୨୫ ଅଗଷ୍ଟ) ସୁପ୍ରିମକୋର୍ଟ କେଜରିୱାଲ୍ଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।
ପଢ଼ନ୍ତୁ-ତେଲଙ୍ଗାନା ସ୍ପେଶାଲ ସେସନ୍ସ କୋର୍ଟର ବିଚାରପତି ନିଲମ୍ବିତ; ସିଇସିଙ୍କ ବିରୋଧରେ ଦେଇଥିଲେ ମାମଲା ରୁଜୁ ନିର୍ଦ୍ଦେଶ
ମାମାଲର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆପମଙ୍କ ମାମଲା ହାଇକୋର୍ଟରେ ଲମ୍ବିତ ରହିଛି। ତେଣୁ ଏଠାରେ ଶୁଣାଣି କରିବାର କୌଣସି ଆବଶ୍ୟକତା ନାହିଁ। ମାମଲାରେ ନିମ୍ନ ଅଦାଲତଙ୍କୁ କେଜରିୱାଲ୍ଙ୍କୁ ସମନ କରିଛନ୍ତି। ସୂଚନା ଥାଉକି ୟୁନିଭର୍ସିଟି ବିରୋଧରେ ବୟାନକୁ ନେଇ ୟୁନିଭର୍ସିଟି ପକ୍ଷରୁ କେଜରିୱାଲ୍ଙ୍କ ବିରୋଧରେ ମାନହାନୀ ମାମଲା କରାଯାଇଛି।
ଅଦାଲତରେ କେଜରିୱାଲଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅଭିଷେକ ମନୁ ସିଂହଭୀ ଯୁକ୍ତି ରଖିଛନ୍ତି ଯେ କୋର୍ଟଙ୍କ ସମନ ଆଦେଶ ଭୁଲ ଭାବରେ ଜାରି କରାଯାଇଛି। ଅନ୍ୟପକ୍ଷରେ ଗୁଜୁରାଟ ବିଶ୍ୱବିଦ୍ୟାଳୟ ପାଇଁ ହାଜର ହୋଇଥିବା ଇଣ୍ଡିଆର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ କେଜ୍ରିୱାଲଙ୍କ ମନ୍ତବ୍ୟ ଠିକ୍ ନଥିଲା।
ପଢ଼ନ୍ତୁ-ନୂଆ ସେବା ଆଇନର ପରୀକ୍ଷଣ କରିବେ ସୁପ୍ରିମକୋର୍ଟ; ଦିଲ୍ଲୀ ସରକାରଙ୍କ ଆବେଦନ ଆଧାରରେ କେନ୍ଦ୍ରକୁ ନୋଟିସ୍