ଲିଭ୍-ଇନ-ରିଲେସନସିପ୍ ପଞ୍ଜିକରଣ ମାମଲା ଖାରଜ, ଖଣ୍ଡପୀଠ କହିଲେ ଏଭଳି ଆବେଦନ ଉପରେ ଲାଗିବ ଜୋରିମନା
20/03/2023 at 3:18 PM

ନୂଆଦିଲ୍ଲୀ: ଲିଭ୍-ଇନ-ରିଲେସନସିପ୍ ପଞ୍ଜିକରଣ ଯାଚିକା ଖାରଜ । ବିବାହ ପୂର୍ବରୁ ଝିଅ-ପୁଅ ଏକାଠି ରହିବା ପଞ୍ଜିକରଣ ବ୍ୟବସ୍ଥା ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାକୁ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଶ୍ରଦ୍ଧା ଓ୍ବାକର ଏବଂ ନିକ୍କି ଯାଦବ ହତ୍ୟାକାଣ୍ଡ ପରେ ଲିଭ୍-ଇନ-ରିଲେସନସିପ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା କରିବା ନେଇ ସର୍ବୋଚ୍ଚ ଅଦାଲତରେ ଆବେଦନ ହୋଇଥିଲା ।
ସୂଚନା ଅନୁଯାୟୀ, ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପି.ଏସ୍ ନରସିଂହା ଏବଂ ଜଷ୍ଟିସ୍ ଜେବି ପାରଡିଓ୍ବାଲାଙ୍କ ସମ୍ବିଧାନିକ ଖଣ୍ଡପୀଠ ଆବେଦନ ବାବଦରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସିଜେଆଇ ଏହାକୁ କେଉଁ ପ୍ରକାରର ଆବେଦନ ବୋଲି ପ୍ରଶ୍ନ କରିଥିଲେ । ‘ଆପଣଙ୍କୁ କିପରି ଲାଗୁଛି, ଲୋକ ଏଭଳି ପଞ୍ଜିକରଣ କରିବାକୁ ଚାହୁଁନ୍ତି । ସୁରକ୍ଷା ଦେବା ଆଳରେ ସ୍ବତନ୍ତ୍ରତାକୁ ନଷ୍ଟ କରିବାକୁ ଚାହଁନ୍ତି’ । ଏପରି ଆବେଦନ ଉପରେ ଜରିମାନା ଲଗାଇବା ସହିତ ଖାରଜ କରିବା ଦରକାର ବୋଲି କହିଛନ୍ତି ସିଜେଆଇ ।
ଲିଭ୍-ଇନ-ରିଲେସନସିପ୍ ପଞ୍ଜିକରଣ କେଉଁଠି ହେବ ବୋଲି ଆବେଦନକାରୀ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଖଣ୍ଡପୀଠ । ସେପଟେ ଆଇନଜୀବୀ ମମତା ରାନୀ କହିଥିଲେ, କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିବା ଆକବଶ୍ୟକତା ରହିଛି । କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ଏହା ପରେ ଅଦାଲତ କହିଥିଲେ, ଲିଭ୍-ଇନ-ରିଲେସନସିପ୍ ସୁରକ୍ଷା ଦେବା ଆଳରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହୁଁଛନ୍ତି କହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।