ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲା; ସାର୍ବଜନୀନ କ୍ଷମା ମାଗିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ଶୁଣାଇ ହୋଇଛି । ସୁପ୍ରିମକୋର୍ଟରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମିଳିଲାନି ଆଶ୍ବସ୍ତି । ବ୍ୟକ୍ତିଗତ କ୍ଷମା ପ୍ରାର୍ଥନା ପରେ ବି ସାର୍ବଜନୀନ କ୍ଷମା ମାଗିବେ ଯୋଗଗୁରୁ ରାମଦେବ ବାବାଙ୍କ କମ୍ପାନୀ ପତାଞ୍ଜଳୀ ଲିମିଟେଡ୍ । ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ, ବ୍ୟକ୍ତିଗତ କ୍ଷମା ପ୍ରାର୍ଥନାକୁ ସ୍ବିକାର କରିହେବ ନାହିଁ । ସାର୍ବଜନୀନ କ୍ଷମା ମାଗିବାକୁ ପ୍ରସ୍ତୁତ ରୁହ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ପତଞ୍ଜଳି ଲିମିଟେଡ୍ ବିଭ୍ରନ୍ତିକର ବିଜ୍ଞାପନ ଏବଂ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଜଷ୍ଟିସ୍ ହିମା କୋହଲୀ ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ୍ ଅମାନୁଲ୍ଲାହଙ୍କ ଡବଲ ବେଞ୍ଚ ଏହି ମାମଲର ଶୁଣାଣି କରିଛନ୍ତି । ଅଦାଲତ ଅବମାନନା କାହିଁକି କଲ ବୋଲି ପ୍ରଶ୍ନ କରିଥିଲେ । ପତଞ୍ଜଳି ପକ୍ଷରୁ ଯୁକ୍ତି ରଖୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗିଙ୍କୁ କୋର୍ଟ କହିଥିଲେ, ସେ ତାଙ୍କ ଅପରାଧ ପାଇଁ ସର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ପ୍ରସ୍ତୁତ ରୁହନ୍ତୁ ।  

ଶୁଣାଣି ବେଳେ ଖଣ୍ଡପୀଠ ସହିତ ଆଲୋଚନା କରି ରାମଦେବ ବାବା କହିଥିଲେ, କୋର୍ଟଙ୍କୁ ଅବମାନନା କରିବା ତାଙ୍କ କୌଣସି ଊଦ୍ଦେଶ୍ୟ ନଥିଲା । ଏହାଛଡ଼ା, ଅଦାଲତ ଆଚାର୍ଯ୍ୟ ବାଳକୃଷ୍ଣ ଏତେ ବି ନିର୍ଦ୍ଦୋଷ ନୁହନ୍ତି ଯେ ତାଙ୍କୁ ଜଣାନାହିଁ ଶୀର୍ଷ ଅଦାଲତ ପୂର୍ବରୁ ଆଦେଶ ଜାରି କରିଛନ୍ତି । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ଅପ୍ରେଲ୍ ହେବ । ସେହିପରି ବାବା ରାମଦେବ ଓ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଅଦାଲତରେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.