ଇଡି ତଦନ୍ତକୁ ନେଇ କାହିଁକି ଚିନ୍ତିତ ? କେଉଁ ମାମଲାରେ ତାମିଲନାଡୁ ସରକାରଙ୍କୁ ଏଭଳି କଠୋର ପ୍ରଶ୍ନ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କଥିତ ବେଆଇନ ବାଲି ଖନନ ଦୁର୍ନୀତିରେ ତାମିଲନାଡୁ ସରକାରଙ୍କୁ କଠୋର ପ୍ରଶ୍ନ କରିଛନ୍ତି । କୋର୍ଟ ପ୍ରଶ୍ନ କହିଛନ୍ତି ଯେ ଏହି ମାମଲାରେ ଇଡି ତଦନ୍ତରେ ରାଜ୍ୟ କାହିଁକି ଚିନ୍ତିତ ଅଛି ? କୋର୍ଟଙ୍କ ଏହି ବୟାନ ରାଜ୍ୟ ସରକାର ଏବଂ ତଦନ୍ତକାରୀ ଏଜେନ୍ସି ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଯାଚିକା ଉପରେ ଆସିଛି । ଉଲ୍ଲେଖଯୋଗ୍ୟ ଯେ କଥିତ ଅବୈଧ ବାଲି ଖନନ ଦୁର୍ନୀତିରେ ତାମିଲନାଡୁର ପାଞ୍ଚ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରକୁ ଆସିଛନ୍ତି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କୁ ସମନ ଜାରି କରିଛି । ଏହାପରେ ରାଜ୍ୟ ସରକାର ରିଟ୍ ପିଟିସନ ଦାଖଲ କରି ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ।   

ଏନଡିଟିଭି ରିପୋର୍ଟ ଅନୁସାରେ, ଏହି ମାମଲାରେ ଶୁଣାଣି ସମୟରେ ଜଷ୍ଟିସ ବେଲା ଏମ ତ୍ରିବେଦୀ ପ୍ରଶ୍ନ କରିଛନ୍ତି, ରାଜ୍ୟ ରିଟ୍ ଯାଚିକା କିପରି ଦାଖଲ କରିପାରିବ ? କେଉଁ ଆଇନରେ ଅଧିନରେ ? କଣ ଏହା ସଂଘୀୟ ବ୍ୟବସ୍ଥାର ବିରୋଧ ନୁହେଁ କି ? ରାଜ୍ୟ ଇଡି ସମନରେ କାହିଁକି ଚିନ୍ତିତ ଏବଂ ଏହି ମାମଲାରେ ତାର କଣ ଭାଗିଦାରୀ ? କୋର୍ଟ ତାମିଲନାଡୁ ସରକାରକୁ ନୋଟିସ ଜାରି କରି ଏହି ପ୍ରଶ୍ନଗୁଡିକ ଉପରେ ବିସ୍ତୃତ ଜବାବ ମାଗିଛନ୍ତି ।

ପଢନ୍ତୁ: ଦକ୍ଷିଣରେ ମଜଭୁତ ହେଉଛି ବିଜେପି, ଦଳରେ ସାମିଲ ହେଲେ ତାମିଲନାଡୁର ୧୫ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

ତାମିଲନାଡ଼ୁ ସରକାରଙ୍କ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଶୁଣାଣି ସମୟରେ କହିଛନ୍ତି ଯେ ଇଡି ନିକଟରେ ଅଣ-ଅନୁସୂଚୀତ ଅପରାଧର ତଦନ୍ତ କରିବାର କୌଣସି ଅଧିକାର ନାହିଁ । ଜଷ୍ଟିସ୍ ବେଲା ତ୍ରିବେଦୀ ଏହା ଉପରେ ରୋହତଗୀଙ୍କୁ ସ୍ପଷ୍ଟୀକରଣ ମାଗି କହିଛନ୍ତି ଯେ ଆମକୁ ରାଜ୍ୟର ହିତ ବିଷୟରେ ବୁଝାନ୍ତୁ ଏବଂ ସେ ରିଟ୍ ଯାଚିକା କିପରି ଦାଖଲ କରିପାରିବେ । ରାଜ୍ୟ କାହିଁକି ଏଥିରେ ଅସନ୍ତୁଷ୍ଟ ? ଆମେ ପ୍ରାରମ୍ଭିକ ତଦନ୍ତ ଆଦେଶ ଉପରେ ରୋକ ଲଗାଇବା ଉପରେ ବିଚାର କରିବୁ-କିନ୍ତୁ ଆମକୁ ତଥ୍ୟ ଦରକାର ।

ଏହାପରେ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଫେବ୍ରୁଆରୀ ୨୬ ତାରିଖ ସ୍ଥିର କରିଛନ୍ତି । ଅନ୍ୟପଟେ, ଶୁଣାଣି ସମୟରେ ଇଡି ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ ଏସଭି ରାଜୁ ଯୁକ୍ତି ରଖିଥିଲେ ଏବଂ ପୀଠକୁ କହିଥିଲେ ଯେ ଜିଲ୍ଲା କଲେକ୍ଟର ଅଭିଯୁକ୍ତ ନୁହନ୍ତି, କେବଳ ସାକ୍ଷୀ । ସେମାନଙ୍କୁ କେବଳ ସରକାରୀ ଅଧିକାରରେ କେବଳ ସୂଚନା ମାଗିଛୁ । ଏହି କାରଣରୁ ତାଙ୍କୁ ସମନ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.