ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ଅଦାଲତରେ ରିଟ୍ ପିଟିସନ୍ : ଆଜି ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ

Published By : Prameya-News7 Bureau | November 24, 2019 IST

ନୂଆଦିଲ୍ଲୀ ୨୪।୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ପଲିଟିକାଲ ଡ୍ରାମା ।  ତିନି ଦଳ ପକ୍ଷରୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଦିନ ସାଢ଼େ ୧୧ଟାରୁ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ । ତିନିଜଣ ବିଚାରପତି ହେଉଛନ୍ତି ଜଷ୍ଟିସ ଏନଭି ରମଣ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଞ୍ଜିବ ଖାନ୍ନା ।

{"id":188919,"width":576,"height":462,"sizeSlug":"large"}

ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଙ୍କୁ ଫ୍ଲୋର୍ ଟେଷ୍ଟ ପାଇଁ ନିର୍ଦେଶ ଦେବାକୁ କଂଗ୍ରେସ୍, ଏନ୍.ସି.ପି ଓ ଶିବସେନା କୋର୍ଟଙ୍କୁ ଅପିଲ କରିଛନ୍ତି । ଏହାସହ ରାଜ୍ୟପାଳଙ୍କ କାର୍ଯ୍ୟକଳାପ ପକ୍ଷପାତିତା ଓ ସନ୍ଦେହଜନକ ବୋଲି ସେମାନେ ନିଜର ରିଟ୍ ପିଟିସନରେ ଦର୍ଶାଇଛନ୍ତି । ତେଣୁ ଏବେ ସମସ୍ତଙ୍କ ନଜର ସୁପ୍ରିମ କୋର୍ଟଙ୍କ ଉପରେ ରହିଛି । ୧୫୪ ଜଣ ବିଧାୟକଙ୍କ ସମର୍ଥନ ରହିଥିବା କୋର୍ଟଙ୍କୁ କଂଗ୍ରେସ, ଏନସିପି ଏବଂ ଶିବସେନା ଦାବି କରିଛନ୍ତି । ତେଣୁ ଆଜି ସ୍ବତନ୍ତ୍ର ଅଧିବେଶନ ଡାକି ଫ୍ଲୋର୍ ଟେଷ୍ଟ ପାଇଁ ନିର୍ଦେଶ ଦେବାକୁ କୋର୍ଟଙ୍କୁ ଗୁହାରୀ କରିଛନ୍ତି । ଏହାସହ ଏନସିପି, ଶିବସେନା, କଂଗ୍ରେସକୁ ସରକାର ଗଠନ ପାଇଁ ଡାକିବାକୁ ରାଜ୍ୟପାଳଙ୍କୁ ନିର୍ଦେଶ ଦେବାକୁ କୋର୍ଟଙ୍କୁ ଅପିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.