News Click ଏଡିଟରଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ଜେଲରୁ ତୁରନ୍ତ ମୁକ୍ତି ପାଇଁ ଦେଲେ ନିର୍ଦ୍ଦେଶ

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ ୧୫।୦୫ : News Click ଏଡିଟର ପ୍ରବୀର ପୁରକାସ୍ୟଙ୍କ ଆଶ୍ୱସ୍ତି । ବୁଧବାର ଦିନ ମାମଲାର ଶୁଣାଣି କରି News Click ଏଡିଟର ପ୍ରବୀର ପୁରକାସ୍ଥ୍ୟଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ପୋଲିସ ଦ୍ୱାରା ହୋଇଥିବା News Click ଏଡିଟର ପ୍ରବୀରଙ୍କ ଗିରଫଦାରୀକୁ ବେଆଇନ୍‌ ବୋଲି କହିଛନ୍ତି । ଏହାସହିତ ତୁରନ୍ତ ପ୍ରବୀରଙ୍କୁ ଜେଲ୍‌ରୁ ମୁକାଳିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଖବର ଅନୁଯାୟୀ, ଦିଲ୍ଲୀ ପୋଲିସ News Click ଏଡିଟର ପ୍ରବୀର ପୁରକାସ୍ଥ୍ୟଙ୍କୁ ଭାରତ ବିରୋଧୀ ଗତିବିଧି ଏବଂ ଚୀନ ଫଣ୍ଡିଂର ବ୍ୟବହାର କରୁଥିବା ଅଭିଯୋଗରେ ଗିରଫ କରିଥିଲା । ଏହାପରଠାରୁ ସେ ଜେଲ୍‌ରେ ଥିଲେ । ପରେ ପୁରକାସ୍ଥ୍ୟ ଦିଲ୍ଲୀ ପୋଲିସ ଦ୍ୱାରା ହୋଇଥିବା ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଏବେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି । 

ସୁପ୍ରିମକୋର୍ଟ ପୁରକାସ୍ଥ୍ୟଙ୍କ ଗିରଫଦାରୀ ଏବଂ ରିମାଣ୍ଡକୁ ଆଇନ୍‌ ନଜରରେ ବେଆଇନ୍‌ ବୋଲି କହିବା ସହ ତୁରନ୍ତ ଜେଲ୍‌ରୁ ମୁକାଳିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ବି.ଆର୍‌ ଗଭାଇ ଏବଂ ଜଷ୍ଟିସ୍‌ ସନ୍ଦୀପ ମେହତା ଅପ୍ରେଲ୍‌ ୩୦ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରିଥିଲେ । ଆଉ ଆଜି ଏହାର ରାୟ ଶୁଣାଇଛନ୍ତି । ଗତ ବର୍ଷ ୩ ଅକ୍ଟୋବରରେ UAPA ଅନୁସାରେ ଜେଲ୍‌ରେ ଥିଲେ News Clickର ଏଡିଟର ପ୍ରବୀର ପୁରକାସ୍ଥ୍ୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.