Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ମହାରାଷ୍ଟ୍ର ରାଜନୀତି : ଆସନ୍ତାକାଲି ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

26/11/2019 at 10:17 AM

ନୂଆଦିଲ୍ଲୀ ୨୬।୧୧: ମହାରାଷ୍ଟ୍ର ରାଜନୀତି ନେଇ ସୁପ୍ରିମକୋର୍ଟରେ ଶୁଣାଣି । ମହାରାଷ୍ଟ୍ରରେ କ୍ଷମତାକୁ ନେଇ ଚାଲିଥିବା କନ୍ଦଳର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।ଗତକାଲି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ।  ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇ କହିଛନ୍ତି ଯେ, ସଂସଦୀୟ କାର୍ଯ୍ୟରେ କୋର୍ଟ କୌଣସି ହସ୍ତକ୍ଷେପ କରିବାର ଅଧିକାର ନାହିଁ । ଆସନ୍ତାକାଲି  ସଂଧ୍ୟା ୫ଟାରେ ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ କରାଯିବ । ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ପ୍ରଥମେ ପ୍ରୋଟେମ ସ୍ପିକର ନିର୍ବାଚନ ହେବ । ଏହାପରେ ପ୍ରୋଟେମ୍ ସ୍ପିକରଙ୍କୁ ଶପଥ ଗ୍ରହଣ କରାଇବେ ରାଜ୍ୟପାଳ । ତୃତୀୟ ସୋପାନରେ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ପ୍ରୋଟେମ ସ୍ପିକର । ଏହାପରେ ଗୃହରେ ଫ୍ଲୋର ଟେଷ୍ଟ କରାଇବେ ପ୍ରୋଟେମ୍ ସ୍ପିକର । ଶେଷରେ ଭୋଟ୍ ଗଣତି କରି ପରିଣାମ ଘୋଷଣା କରିବେ ପ୍ରୋଟେମ୍ ସ୍ପିକର ।

   Related Posts