ସମସ୍ତ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଆଦେଶ: କୋଭିଡ୍-୧୯ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବାର ଉଚିତ ମୂଲ୍ୟ ଧାର୍ଯ୍ୟ କରନ୍ତୁ

Published By : Prameya-News7 Bureau | September 11, 2020 IST

ନୂଆଦିଲ୍ଲୀ ୧୧/୦୯ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ କୋଭିଡ-୧୯ ରୋଗୀଙ୍କୁ ସେବା ପ୍ରଦାନ କରିବାକୁ ଆମ୍ବୁଲାନ୍ସ ସେବା ତରଫରୁ ଅଧିକ ଚାର୍ଜ ଦାବି ଉପରେ ଚିନ୍ତା ଜାହିର କରିଛନ୍ତି | ଶୁକ୍ରବାର ଦିନ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ଆମ୍ବୁଲାନ୍ସ ସେବା ପାଇଁ ଉଚିତ ଶୁଳ୍କ ଧାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି |

କୋର୍ଟ କହିଛନ୍ତି ଯେ କରୋନା ମହାମାରୀ ମୁକାବିଲା ପାଇଁ ରାୟ ସରକାର କେନ୍ଦ୍ର ତରଫରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ହିଁ କାମ କରୁଛନ୍ତି | କିନ୍ତୁ ତାଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ କରୋନା ରୋଗୀଙ୍କୁ ହସ୍ପିଟାଲ ନେଇ ଯିବାକୁ ପ୍ରତି ଜିଲ୍ଲାରେ ଆମ୍ବୁଲାନ୍ସ ଉପଲବ୍ଧ ରହିଛି | କରୋନା ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟ ସେବା ସୁଚାରୁ ରୂପେ ରଖିବାକୁ ହୋଇଥିବା ଆବେଦନର ଶୁଣାଣିରେ କୋର୍ଟ ଏହିଭଳି ଆଦେଶ ଦେଇଛନ୍ତି | ମାମଲାର ଶୁଣାଣିରେ ସୁପ୍ରିମକୋର୍ଟରେ କେନ୍ଦ୍ର ତରଫରି ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ, ଏହି ପ୍ରସଙ୍ଗରେ ଏକ ଆବେଦନ ଦାଏର କରାଯାଇଥିଲା ଏବଂ ଏକ ଷ୍ଟାଣ୍ଡାର୍ଡ ଅଫ ପ୍ରୋସିଜର SoP ଜାରି କରାଯାଇଥିଲା | କୋର୍ଟରେ ଦାଏର ହୋଇଥିବା ଆବେଦନରେ କୁହାଯାଇଥିଲା ଯେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏକ ଆପତ୍ତିକାଳୀନ ପ୍ରତିକ୍ରିୟା ଯୋଜନା ପ୍ରସ୍ତୁତ କରିଛି ଏବଂ ଏକ SoP ଜାରି କରାଯାଇଛି |

ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଭିଡ-୧୯ ରୋଗୀଙ୍କୁ ଘରୁ ହସ୍ପିଟାଲ ଓ ହସ୍ପିଟାଲରୁ ଘରକୁ ନେଇ ଯିବା ପାଇଁ SoP ମଧ୍ୟ ନିର୍ଧାରିତ କରାଯାଇଛି | ସମସ୍ତ ରାଜ୍ୟକୁ ବିସ୍ତୃତ ନିର୍ଦେଶ ଜାରି କରିବାକୁ ଏଥିରେ ଉଲ୍ଲେଖ ରହିଛି | ଏଥିରେ କୁହାଯାଇଥିଲା ଯେ ୨୦୨୦ ମାର୍ଚ୍ଚ ୨୯ ରେ ଜାରି ହୋଇଥିବା SoP ରାଜ୍ୟ ଦ୍ୱାରା ପାଳନ କରାଯିବା ଜରୁରୀ, ଆମ୍ବୁଲାନ୍ସ ଉପଲବ୍ଧ କରାଯିବା ଉଚିତ, ଆବଶ୍ୟକୀୟ ବ୍ୟକ୍ତିଙ୍କୁ ସାହାଯ୍ୟ କରାଯିବା ଉଚିତ | ମାମଲାର ଶୁଣାଣିରେ ଆବେଦନକାରୀଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଗାଇଡଲାଇନ ଆମ୍ବୁଲାନ୍ସ ଦାମ ନିର୍ଧାରିତ କରିନାହିଁ | ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି, ସମସ୍ତ ରାଜ୍ୟ ସରକାର କୋଭିଡ-୧୯ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ପ୍ରଦାନ ପାଇଁ ଉଚିତ ମୂଲ୍ୟ ଧାର୍ଯ୍ୟ କରନ୍ତୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.