‘ସରକାରଙ୍କ ଅନ୍ତରାତ୍ମା ଥରିଯିବା କଥା’, ମୁସଲିମ୍ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
25/09/2023 at 4:38 PM

ନୂଆଦିଲ୍ଲୀ: ସ୍କୁଲରେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଦ୍ବାରା ପିଟିବା ଘଟଣା। କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶ ମୁଜଫରନଗର ଶାମଲିର ଏକ ବେସରକାରୀ ସ୍କୁଲରେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଦ୍ବାରା ମାରିବା ମାମଲାରେ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। ଅଦାଲତ କହିଛନ୍ତି ଯଦି ସତରେ ଏଭଳି ହୋଇଥାଏ ତାହାଲେ ଏହା ଉପରେ ସରକାରଙ୍କ ଅନ୍ତରାତ୍ମା ଥରି ଉଠିବା ଦରକାର।
ଅଭିଯୋଗ ହୋଇଛି ପ୍ରିନ୍ସିପାଲ ତୃପ୍ତା ତ୍ୟାଗୀ ଜଣେ ମୁସଲିମ୍ ଛାତ୍ରଙ୍କୁ ଅନ୍ୟଜଣେ ଛାତ୍ରଙ୍କ ଦ୍ବାରା ମାରିଥଲେ। ଖାଲି ମାଡ଼ ମାରିନଥିଲେ ବରଂ ତାଙ୍କୁ ନେଇ ସାଂପ୍ରଦାୟିକ ଟିପ୍ପଣୀ କରିଥିଲେ। ମାମଲାରେ ଖୁବ୍ ବିବାଦ ଦେଖାଦେଇଥିଲା। ହେଲେ ଶେଷରେ ଛାତ୍ରଙ୍କ ପରିବାର ଏବଂ ପ୍ରିନ୍ସପାଲଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ସୁପ୍ରିମକୋର୍ଟ ଏହି ମାମଲାର ଯାଞ୍ଚର ନିରୀକ୍ଷଣ ପାଇଁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତ କରାଯିବା ଦରକାର ବୋଲି କହିଛି।
କୋର୍ଟ ଏହି ମାମଲାକୁ ଗୁରୁତର ଏବଂ ଚିନ୍ତାଜନକ କହିଛନ୍ତି। କୋର୍ଟ ଆହୁରି କହିଛନ୍ତ ‘ଏହା ଜୀବନର ଅଧିକାର ସହ ଜଡ଼ିତ ମାମଲା।ମାମଲାରେ ଆଗାମୀ ଶୁଣାଣି ଅକ୍ଟୋବର ୩୦କୁ ଧାର୍ଯ୍ୟ କରିଛନ୍ତି। ସେହିଭଳି ଘଟଣାରେ ସାମିଲ୍ ଥିବା ପିଲାଙ୍କ କାଉନସେଲିଂ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ୟୁପି ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିକୋର୍ଟ। ଏହା ସହ ସୁପ୍ରିମକୋର୍ଟ ମୁଜଫରନଗର ପୋଲିସ୍ ତରଫରୁ ରୁଜୁ ହୋଇଥିବା ଏଫଆଇଆରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଯେଉଁଥିରେ ପିଲାର ବାପା ଅଭିଯୋଗ କରିଥିଲେ ଯେ ତା’ର ସଂପ୍ରଦାୟ ପାଇଁ ତାଙ୍କ ମାରିଥିଲେ।
ଆହୁରି ପଢ଼ନ୍ତୁ: ଦୋଷୀ ନେତାଙ୍କୁ ନିର୍ବାଚନ ଲଢ଼ିବା ଉପରେ ଲଗାଯାଉ ଆଜୀବନ ପ୍ରତିବନ୍ଧକ, ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ
ଅଦାଲତ କହିଛନ୍ତି ଯେତେବେଳେ ଆମେ ଗୁଣବତ୍ତା ପୂର୍ଣ୍ଣ ଶିକ୍ଷା କଥା କହୁଛୁ ତେବେ ସେଥିରେ ସମ୍ବେଦନଶୀଳତା ମଧ୍ୟ ଆସୁଛି। ଏହି ମାମଲାରେ ତାଙ୍କର ଉଲ୍ଲଘଂନ କରାଯାଇଛି। ଘଟଣାକୁ ନେଇ ଉତ୍ତର ପ୍ରଦେଶ ସରକାର କହିଛନ୍ତି ଯେ, ଏହି ଘଟଣା ସାଂପ୍ରଦାୟିକ ନଥିଲା। କିନ୍ତୁ ଏହାକୁ ଅତିରଞ୍ଜିତ କରି ଦେଖାଯାଇଛି।