ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ମହଙ୍ଗା ପଡ଼ିଲା ନ୍ୟାୟଧିଶଙ୍କୁ ଟିପ୍ପଣୀ, ଆଇନଜୀବୀଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଆଡଭୋକେଟ୍-ଅନ୍-ରିକାର୍ଡ ନୋଟିସ୍

13/11/2022 at 8:37 AM

ନୂଆଦିଲ୍ଲୀ: ଜର୍ଜଙ୍କ ବିରୋଧରେ ଟିପ୍ପଣୀ କରିବା ମହଙ୍ଗା ପଡ଼ିଲା । ଆଇନଜୀବୀଙ୍କ ବିରୋଧରେ ନୋଟିସ୍ ଜାରି କଲେ ସର୍ବୋଚ୍ଚ ଅଦାଲତ । ଆଦେବନକାରୀ ଓକିଲ ଯଦି ନ୍ୟାୟମୂର୍ତ୍ତିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦିଅନ୍ତି, ତେବେ ଏହାକୁ ଅଦାଲତ ଅବମାନନା ବୋଲି ଧରାଯିବ ଏବଂ ଓକିଲଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟ କହିଛନ୍ତି ।   

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଶନିବାର ଜଷ୍ଟିସ୍ ବି.ଆର୍ ଗଓ୍ବାଈ ଓ ଜଷ୍ଟିସ୍ ବି.ଭି ନାଗରଥାନଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆବେଦନକାରୀ ମୋହନ ଚନ୍ଦ୍ର ପି. ଓ ବିପିନ କୁମାର ଜୟଙ୍କ ବିରୋଧରେ ଆଡ୍‌ଭୋକେଟ୍-ଅନ୍-ରିକାର୍ଡ ନୋଟିସ୍ ଜାରି କରିଛନ୍ତି । ୨ଜଣଙ୍କ ବିରୋଧରେ ଅଦାଲତ ଅବମାନନା ନେଇ କର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ଡିସେମ୍ବର ୨ତାରିଖରେ ଅଦାଲତରେ ହାଜର ହେବାକୁ କହିଛନ୍ତି ।

୨୦୧୮ ଅଗଷ୍ଟ ୮ ତାରିଖରେ କର୍ଣ୍ଣାଟକ ସୂଚନା ଆୟୋଗ ଏକ ବିଜ୍ଞପ୍ତି ଜାରି କରିଥିଲେ । ଯେଉଁଥିରେ ଆଇନଜୀବୀ ମୋହନ ଚନ୍ଦ୍ରା, ମୁଖ୍ୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗ ପଦ ପାଇଁ ଆବେଦନ କରିଥିଲେ । ଚୟନ ସମିତି ସିଆଇସି ଏବଂ ଆଇସି ପାଇଁ ତିନି ଜଣଙ୍କ ନାଁକୁ ସୁପାରିସ୍ କରିଥିଲେ । ହେଲେ ଏହି ତାଲିକାରେ ମୋହନ ଚନ୍ଦ୍ରାଙ୍କ ନାଁ ନଥିବାରୁ ସେ ଚୟନ ପ୍ରକ୍ରିୟା ଉପରେ ଆପତ୍ତି ଉଠାଇଥିଲେ । ଏହା ସହିତ କର୍ଣ୍ଣାଟକ ଉଚ୍ଚ ଅଦାଲତରେ ଏକ ମାମଲା ଦାୟର କରିଥିଲେ । ଏହାକୁ ହାଇକୋର୍ଟଙ୍କ ସିଙ୍ଗିଲ୍ ବେଞ୍ଚ୍ ଖାରଜ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଇନଜୀବୀ ଚନ୍ଦ୍ରା । ଏହାର ଶୁଣାଣି କରି କୋର୍ଟ ୫ଲକ୍ଷ ଟଙ୍କା ଜୋରିମନା କରିବା ସହିତ ମାମଲାକୁ ଖାରଜ କରିଛନ୍ତି । ଏହା ସହିତ ନ୍ୟାୟଧିଙ୍କ ବିରୋଧରେ ଟିପ୍ପଣୀ କରିବା ନେଇ ଆଡ୍‌ଭୋକେଟ୍-ଅନ୍-ରିକାର୍ଡ ନୋଟିସ୍ ମଧ୍ୟ ଜାରି କରିଛନ୍ତି ।    

   Related Posts