oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

‘ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବ ରାଜ୍ୟ’ : ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

28/03/2022 at 9:31 AM

ନୂଆଦିଲ୍ଲୀ,୨୮/୦୩:  କେନ୍ଦ୍ର ସରକାର ୯ ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ନେଇ ଏକ ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ନିଜ ନିୟମ ଅନୁସାରେ ବିଭିନ୍ନ ସମ୍ପ୍ରଦାୟକୁ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଛନ୍ତି ଯେ, ଅନେକ ରାଜ୍ୟରେ ହିନ୍ଦୁ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକେ ସଂଖ୍ୟାଲଘୁ ଅଛନ୍ତି । ସେମାନଙ୍କୁ ରାଜ୍ୟ ସରକାର ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ । ଏହାଦ୍ୱାରା ସେମାନେ ନିଜର ଶିକ୍ଷାନୁଷ୍ଠାନକୁ ମଧ୍ୟ ସଞ୍ଚାଳନ କରିପାରିବେ ।

ସରକାର ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ଉଦାହରଣ ନେଇ କହିଥିଲେ ଯେ, ମହାରାଷ୍ଟ୍ରରେ ୨୦୧୬ରେ ଇହୁଦିଙ୍କ ପାଇଁ ଧାର୍ମିକ ଓ କର୍ଣ୍ଣାଟକରେ ଉର୍ଦ୍ଦୁ, ତେଲୁଗୁ, ତାମିଲ, ମାଲାୟାଲମ, ମରାଠି, ଗୁଜୁରାଟୀ ଆଦି ଭାଷା ଆଧାରରେ ଅଳ୍ପସଂଖ୍ୟକ ଘୋଷଣା କରାଯାଇଛି ।ଅନ୍ୟ ରାଜ୍ୟ ଏପରି କରିପାରନ୍ତି । ଏହି ମାମଲାରେ ସୋମବାର ପୁଣି ଶୁଣାଣି ହେବ ।

କେନ୍ଦ୍ର ସରକାରଙ୍କ କହିବାନୁସାରେ, ଆବେଦନକାରୀ ଜମ୍ମୁ କାଶ୍ମୀର, ମିଜୋରାମ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଆଦିରେ ପ୍ରଶାସନ ନିଜ ଇଚ୍ଛାରେ ସଂଖ୍ୟାଲଘୁଙ୍କ ପାଇଁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରୁଛି ବୋଲି କହୁଛନ୍ତି । କିନ୍ତୁ ଏହାଠିକ୍ ନୁହେଁ ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟରେ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଏକ ଆବେଦନ ଦାଖଲ ହୋଇଥିଲା । ଯେଉଁଥିରେ ସଂଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନର ବୈଧତାକୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଏହା ସମାନତା ଅଧିକାରକୁ ବିରୋଧ କରୁଛି ବୋଲି ସେ କହିଥିଲେ । ଏହାସହ ଦେଶର ବିଭିନ୍ନ ରାଜ୍ୟ ଅଳ୍ପସଂଖ୍ୟକ ବା ସଂଖ୍ୟଲଘୁଙ୍କୁ ଚିହ୍ନଟ ପାଇଁ ଗାଇଡଲାଇନ୍ ଜାରି କରନ୍ତୁ ବୋଲି ସେ କୋର୍ଟରେ ଦାବି କରିଥିଲେ ।

   Related Posts