suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

‘ଶିଖଙ୍କ ପଗଡି ସହ ହିଜାବକୁ ତୁଳନା କରାଯାଇ ପାରିବ ନାହିଁ’- ସୁପ୍ରିମକୋର୍ଟ

9/09/2022 at 11:48 AM

ନୂଆଦିଲ୍ଲୀ, ୦୯|୦୯:  ସୁପ୍ରିମକୋର୍ଟରେ କର୍ଣ୍ଣାଟକ ସ୍କୁଲରେ ହିଜାବ ପରିଧାନ ମାମଲା ଏବେବି ବିଚାରାଧିନ ରହିଛି । ଗୁରୁବାର ଏହି ପ୍ରସଙ୍ଗରେ କୋର୍ଟରେ ଶୁଣାଣି ହୋଇଥିଲା । ଏଥିରେ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ । ଶିଖଙ୍କ ପଗଡି ଓ କୃପାଣ ସହ ହିଜାବକୁ ତୁଳନା କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ । କାରଣ ପଗଡି ପିନ୍ଧିବାକୁ ଅନୁମତି ରହିଛି ବୋଲି କୋର୍ଟ ଶୁଣାଣି ବେଳେ କହିଥିଲେ ।  

ନ୍ୟାୟମୂର୍ତ୍ତି ହେମନ୍ତ ଗୁପ୍ତା ଓ ନ୍ୟାୟମୂର୍ତ୍ତି ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଦାଖଲ ମାମଲାର ଶୁଣାଣି କରୁଥିଲେ । ଯେଉଁଥିରେ ହିଜାବ ପିନ୍ଧିବାକୁ ଅନୁମତି ନଦେବା ମାମଲା ରହିଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିଜାମୁଦ୍ଦୀନ ପାଶା କହିଥିଲେ ଯେ,  ହିଜାମ ମୁସଲିମ ଯୁବତୀଙ୍କ ଧାର୍ମିକ ପ୍ରଥାର ଅଂଶ ବିଶେଷ । ତେଣୁ ସେମାନଙ୍କୁ ହିଜାବ ପିନ୍ଧି ସ୍କୁଲ ଆସିବା ନେଇ ରୋକାଯାଇପାରିବନି ବୋଲି କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ସିଖ ଛାତ୍ର ପଗଡି ପିନ୍ଧିଥାନ୍ତି । ସାଂସ୍କୃତିକ ପ୍ରଥାର ସୁରକ୍ଷା ଜରୁରୀ । ଏହା ଶୁଣିବା ପରେ ନ୍ୟାୟମୂର୍ତ୍ତି ହେମନ୍ତ ଗୁପ୍ତା କହିଥିଲେ ଯେ, ହିଜାବ ପିନ୍ଧିବାର ତୁଳନା ପଗଡି ସହ କରାଯାଇ ପାରିବ ନାହିଁ । ଶିଖମାନଙ୍କୁ କୃପାଣ ପରିଧାନ ନେଇ ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ଦୁଇଟି ପ୍ରଥାକୁ ତୁଳନା କରାଯାଇ ପାରିବ ନାହିଁ । ଭାରତ ପାଇଁ ଫ୍ରାନ୍ସ କିମ୍ବା ଅଷ୍ଟ୍ରିଆର ଉଦାହରଣ ଚଳିବ ନାହିଁ । ଆମେ ଭାରତୀୟ ଓ ଭାରତୀୟ ହୋଇ ରହିବାକୁ ସମସ୍ତେ ଚାହିଁଥାନ୍ତି ।

ଏହାପରେ ପାଶା କର୍ଣ୍ଣାଟକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି କହିଥିଲେ ଯେ, ହିଜାବ ମୁସଲିମ ମହିଳାଙ୍କୁ ସୁରକ୍ଷା ଦେଇଥାଏ । ସେ ନିଜ ବିତର୍କକୁ ବଳଶାଳୀ କରିବା ପାଇଁ ଅନେକ ଧାର୍ମିକ ଗ୍ରନ୍ଥର ଉଦାହରଣ ଦେଇଥିଲେ । ଆଉ ଜଣେ ଆବେଦନକାରୀଙ୍କ ପକ୍ଷ ରଖୁଥିବା ଆଇନଜୀବୀ କୋର୍ଟଙ୍କୁ କେରଳ, କର୍ଣ୍ଣାଟକ ଓ ମାଦ୍ରାସ ହାଇକୋର୍ଟଙ୍କ ରାୟରୁ ଅଲଗା ଅଲଗା ଭାବେ ବବିଚାର କରିବାକୁ କହିଥିଲେ । ମାଦ୍ରାସ ଓ କେରଳ ହାଇକୋର୍ଟ ହିଜାବକୁ ଏକ ଆବଶ୍ୟକୀୟ ଧାର୍ମିକ ପ୍ରଥା ବୋଲି ମାନିଛନ୍ତି । କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଏହାକୁ ନେଇ ଭିନ୍ନ ରାୟ ଦେଇଥିବା ସେ କହିଥିଲେ ।

   Related Posts