ମହାରାଷ୍ଟ୍ର ମହାସଙ୍କଟ : ଆଜି ସୁପ୍ରିମକୋର୍ଟରେ ଶୁଣାଣି, ସଦସ୍ୟତା ରବ୍ଦ ପ୍ରକ୍ରିୟା ବିରୋଧରେ ଆବେଦନ କରିଛନ୍ତି ବିଦ୍ରୋହୀ ବିଧାୟକ

Published By : Prameya-News7 Bureau | June 27, 2022 IST

ମୁମ୍ବାଇ ୨୭/୦୬: ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ ଜାରି ରହିଥିବା ବେଳେ ସୋମବାର ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଶୁଣାଣି ହେବ। ୧୬ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପବାଚସ୍ପତି ଦେଇଥିବା ନୋଟିସ୍ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏକନାଥ ସିନ୍ଦେ ଗୋଷ୍ଠୀ । ଅଜୟ ଚୌଧୁରୀଙ୍କୁ ଶିବସେନା ବିଧାୟକ ଦଳ ନେତା ମାନ୍ୟତା ଦେବା ବିରୋଧରେ ମଧ୍ୟ ଆବେଦନ କରାଯାଇଛି । କୋର୍ଟରେ ଦୁଇଟି ଆବେଦନ ଉପରେ ଶୁଣାଣି ହେବ ।

ଆସାମରେ ମହାରାଷ୍ଟ୍ର ରାଜନୀତି ସ୍କ୍ରିପ୍ଚ

ମହାରାଷ୍ଟ୍ର ରାଜନୀତି ପାଇଁ ଆସାମରେ ଲେଖାଯାଉଛି ସ୍କ୍ରିପ୍ଟ । କିନ୍ତୁ ମୁଖ୍ୟ ସୁତ୍ରଧର ଏକନାଥ ସିନ୍ଦେଙ୍କ ପାଇଁ ଏହାକୁ ବାସ୍ତବ ରୂପ ଦେବା ଏତେ ସହଜ ନୁହେଁ । ଶିବସେନାର ୩୮ବିଧାୟକଙ୍କ ମର୍ଥନ ଥିବା ସିନ୍ଦେ ତାଲିକା ଜାରି କରିଛନ୍ତି, ଏଣେ କିନ୍ତୁ ଏଭିତରୁ ୨୦ବିଧାୟକ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସସହ ସଂପର୍କ କରିଥିବା କଥା ସାମ୍ନାକୁ ଆସିଛି । ଗୁଆହାଟୀରେ ହୋଟେଲ ରାଡିସନ୍ ବ୍ଲୁରେ ୪ଦିନ ଧରି ଡେରା ପକାଇଛନ୍ତି ବିଦ୍ରୋହୀ ବିଧାୟକ । ସେମାନଙ୍କ ସହ ଲଗାତର ବୈଠକ କରୁଛନ୍ତି ଏକନାଥ ସିନ୍ଦେ । ଶିବସେନାକୁ ଭାଙ୍ଗିବା ଏବଂ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ଏବେ ୩୮ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିବା ବେଳେ ଏହି ସଂଖ୍ୟା ୪୨ରେ ପହଞ୍ଚିବା ଲକ୍ଷ୍ୟ ରଖିଛନ୍ତି ସିନ୍ଦେ । ଏଣେ କିନ୍ତୁ କିଛି ବିଦ୍ରୋହୀ ବିଧାୟକ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସହ ଯୋଗାଯୋଗ କରିଥିବା କୁହାଯାଉଛି ।

ଗୁଆହାଟୀ ହୋଟେଲରେ ବିଦ୍ରୋହୀ ବିଧାୟକ ଜନ୍ମଦିନ ପାଳନ କରିଛନ୍ତି। ସ୍ଥିତିକୁ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । କିନ୍ତୁ ସିନ୍ଦେ ଗୋଷ୍ଠୀ ଉପରେ ଚାପ ବଢି ଚାଲିଛି । ଏପଟେ ଉଦ୍ଧବ ଠାକରେଙ୍କ ଉପରେ ମଧ୍ୟ ଚାପ କିଛି କମ ନାହିଁ । ଏକନାଥ ସିନ୍ଦେଙ୍କ ସହ ହାତ ମିଳାଇଛନ୍ତି ଆଉ ଜଣେ ବିଧାୟକ। ଅନ୍ୟ ଜଣେ ଶିବସେନା ବିଧାୟକ ଉଦୟ ସାୱନ୍ତ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀରେ ଯୋଗଦେବା ପାଇଁ ମୁମ୍ବାଇରୁ ଗୌହାଟୀ ଅଭିମୁଖେ ଯାତ୍ରା କରିଛନ୍ତି। ଏପଟେ ଶରଦ ପାୱାର କହିଛନ୍ତି ବାଗୀ ବିଧାୟକଙ୍କ ଉପରେ ଆକ୍ସନ ନେବା ଦାୟିତ୍ବ ଏବେ ଉଦ୍ଧବ ଠାକରେଙ୍କ ଉପରେ ।

ଏସବୁ ମଧ୍ୟରେ ସଞ୍ଜୟ ରାଉତଙ୍କ ବୟାନକୁ ନେଇ ବିବାଦ ତେଜିଛି । ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଗୁଆହାଟୀରୁ ୪୦ ବିଧାୟକଙ୍କ ଶବ ଆସିବ ଏବଂ ପୋଷ୍ଟମର୍ଟମ ପାଇଁ ବିଧାନସଭା ପଠାଯିବ । ଏହି ବିବାଦୀୟ ବୟାନ ଭିତରେ ବିଧାୟକଙ୍କ ସୁରକ୍ଷା ନେଇ ରାଜ୍ୟପାଳ ଭଗତସିଂ କୋଶିୟାରୀ , ମହାରାଷ୍ଟ୍ର ଡିଜିପି ଏବଂ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି । ଏପଟେ ୧୫ ବିଧାୟକଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାର Y ସିକ୍ୟୁରିଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.