oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ସେପ୍ଟେମ୍ୱର ୨୭ରୁ ଲାଇଭ୍ ଷ୍ଟ୍ରିମିଂ ହେବ ସୁପ୍ରିମକୋର୍ଟ ଶୁଣାଣି, ୟୁଟ୍ୟୁବରେ କରାଯିବ ପ୍ରସାରଣ

21/09/2022 at 2:34 PM

ନୂଆଦିଲ୍ଲୀ ୨୧/୦୯: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଘଟଣା । ଯୋଡିହେବାକୁ ଯାଉଛି ନୂଆ ଅଧ୍ୟାୟ । ଏହି ପଦକ୍ଷେପ ଜରିଆରେ ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୨୭ରୁ ସମ୍ବିଧାନ ବେଞ୍ଚ ମାମଲାର ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ।

ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି (ସିଜେଇ) ଜଷ୍ଟିସ୍ ୟୁୟୁ ଲଲିତଙ୍କ ଦ୍ୱାରା ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଏହି ଶୁଣାଣି ୟୁଟ୍ୟୁବ୍ ମାଧ୍ୟମରେ ସିଧା ପ୍ରସାରଣ ହେବ । ଖୁବ୍ ଶୀଘ୍ର ସୁପ୍ରିମକୋର୍ଟ ପ୍ରକ୍ରିୟାର ଲାଇଭ୍ ଟେଲିକାଷ୍ଟ ପାଇଁ ନିଜସ୍ୱ ପ୍ଲାଟଫର୍ମ କରାଯିବ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ସମ୍ବିଧାନ ବେଞ୍ଚ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପ୍ରକ୍ରିୟା ଚାଲିଛି ।

   Related Posts